Odiapua.com

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷକ ନିଯୁକ୍ତି ଦାବିକୁ ନେଇ ଶୋଭାଯାତ୍ରା

ପୁରୀ, ୦୭।୧୨ (ଓଡ଼ିଆ ପୁଅ) ସ୍କୁଲ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷକ ନିଯୁକ୍ତି ଦାବି ନେଇ ଓଡିଶା ସ୍ପେଶାଲ ଏଜୁକେସନ ଫେଡରେସନ ଫର ଦିବ୍ୟାଙ୍ଗ, ପୁରୀ ଜିଲ୍ଲା ଶାଖା ପକ୍ଷରୁ ଏକ ଶୋଭାଯାତ୍ରା କରିବା ସହ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ଦେଇଛନ୍ତି। ସଙ୍ଗଠନର ଅଭିଯୋଗ ଅନୁଯାୟୀ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ସ୍କୁଲ ଗୁଡିକରେ ଦିବ୍ୟଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଟ୍ରେନିଂ ପ୍ରାପ୍ତ ଶିକ୍ଷକଙ୍କୁ ନିଯୁକ୍ତି ଦେଉ ନାହାନ୍ତି। ଯେତେବେଳେ କି ହରିୟାଣା, ପଞ୍ଜାବ ସମେତ ଦେଶରେ ଅଧିକାଂଶ ରାଜ୍ୟ ସ୍କୁଲ ରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଙ୍କ ପାଇଁ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି କରିଛନ୍ତି। ତେବେ ଓଡିଶା ସରକାର ସୁପ୍ରିମକୋର୍ଟ ନିର୍ଦ୍ଦେଶ କୁ ଅଵଜ୍ଞା କରି ଏହା ଓଡିଶା ରେ ଲାଗୁ କରୁନାହାନ୍ତି। ଯାହାକୁ ନେଇ ସେମାନେ ରାଜ୍ୟ ସରକାର ଙ୍କୁ ଚେତାଇ ଦେଇଛନ୍ତି। ସରକାର ଏହା ଲାଗୁ ନ କଲେ ବାଧ୍ୟ ହୋଇ ନ୍ୟାୟାଳୟର ଦ୍ୱାରସ୍ତ ହେବେ ବୋଲି ସଂଗଠନ କହିଛି।