Odiapua.com

ଦିବଂଗତ ଶିକ୍ଷକ ଅଜୁର୍ନ ଚରଣ ଚୌଧୁରୀଙ୍କ ସ୍ମୃତିସଭା

ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ସ୍ଥିତ ରାମଚନ୍ଦ୍ର ବିହାରୀ ଲାଲ ହାଇସ୍କୁଲର ପୂର୍ବତନ ଶିକ୍ଷକ ସ୍ୱର୍ଗତ ଅର୍ଜୁନ ଚରଣ ଚୌଧୁରୀଙ୍କ ବିୟୋଗ ଜନିତ ସ୍ମୃତିସଭା ସ୍ଥାନୀୟ ଡଗରାସାହି ଗ୍ରାମ ଠାରେ ଅନୁଷ୍ଠିତ ହୋଇ ଯାଇଛି। ବରିଷ୍ଠ ଆଇନଜୀବୀ ନିରାକାର ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ଆର-ସି-ବି-ଏଲ- ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ଗଗନ ବିହାରୀ ରାଉତ, ଚରମ୍ପା ସମିତି ସଦସ୍ୟ ରମେଶ ଚନ୍ଦ୍ର ବେହେରା, ଉଦ୍ୟୋଗୀ ରାଜକିଶୋର ଅଗ୍ରୱାଲା, ସାଧୁର ଚରଣ ଦାସ, କମଳା ପ୍ରଧାନ, ଅଶୋକ ବିଶ୍ୱାଳ ବିଦ୍ୟାଧର ମହାଳିକ, ବିଜୟ ବିଶ୍ୱାଳ, ଆଇନଜୀବୀ ପବନ ଶର୍ମା, ସାହିତ୍ୟାନୁରାଗୀ ବାବୁଲାଲ ଦାସ, ସୁବ୍ରତ ଦାସ, ପୂର୍ବତନ କାଉନସିଲର ଏସ୍‌-ମନ୍ମଥ ରାଓ, ଗୋକୁଳ ପାଣ୍ଡିଆ, ଦୈତାରୀ ମଳିକ, ପ୍ରଶାନ୍ତ ଚୌଧୁରୀ, ନରେନ୍ଦ୍ର ସାହୁ, ପୂର୍ବତନ କାଉନସିଲର ଉର୍ମିଳା ଚୌଧୁରୀଙ୍କ ସମେତ ବହୁ ବୁଦ୍ଧିଜୀବୀ, ଶିକ୍ଷକ, ପୁରାତନ ଛାତ୍ର ଯୋଗ ଦେଇ ସ୍ୱର୍ଗତ ଚୌଧୁରୀଙ୍କ ଶିକ୍ଷକତା ଜୀବନ, ତାଙ୍କର ନିଷ୍ଠାପରତା, କର୍ତ୍ତବ୍ୟପରାୟଣତା, ପରୋପକାର, ଗ୍ରାମବାସୀଙ୍କ ସୁଖଦୁଃଖରେ ତାଙ୍କର ଅବଦାନ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ। ସ୍ୱର୍ଗତ ଚୌଧୁରୀ ଶିକ୍ଷକତା ଜୀବନ ମ୍ମରେ ଛାତ୍ରଛାତ୍ରୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ପାରିବା ସହିତ ଛାତ୍ରବତ୍ସଳତା ତାଙ୍କୁ ହଜାର ହଜାର ଛାତ୍ରଛାତ୍ରୀଙ୍କ ହୃଦୟରେ ଚିର ଅମର କରି ରଖିବ ବୋଲି ସ୍ମୃତିଚାରଣ କରି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଏହି ସଭା ସମ୍ପୂର୍ଣ୍ଣ ଭାବେ କୋବିଡ଼ ନିୟମାନୁଯାୟୀ ସାମାଜିକ ଦୂରତ୍ୱ ରକ୍ଷା କରି ପାଳନ କରାଯାଇଥିଲା।