Odiapua.com

ଦିବଂଗତ ପଣ୍ଡିତ ରଘୁନାଥ ଷଡ଼ଙ୍ଗୀଙ୍କୁ ଶ୍ରଦ୍ଧାଞ୍ଜଳି

ବାଲେଶ୍ୱର, ୩୦ା୮(ଓଡ଼ିଆ ପୁଅ/ଅଭୟ ଦାସ): ଜିଲ୍ଲା ବ୍ରାହ୍ମଣ ସମିତିର ପ୍ରତିଷ୍ଠାତା ସମ୍ପାଦକ ତଥା ବୈରାମନଗର ଶିବଦୁର୍ଗା ମନ୍ଦିରର ପ୍ରତିଷ୍ଠାତା ପଣ୍ଡିତ ରଘୁନାଥ ଷଡ଼ଙ୍ଗୀଙ୍କ ବିୟୋଗରେ ଏକ ଶୋକ ସଭା ମନ୍ଦିର ପରିଚାଳନା କମିଟି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଶିବଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ଅୟୋଜିତ ଶୋକସଭାରେ ପରିଚାଳନା କମିଟିର ସଭାପତି ସୁଧାସିନ୍ଧୁ ପଣ୍ଡା ପୌରୋହିତ୍ୟ କରିଥିଲେ। କମିଟିର ଉପ-ସଭାପତି ରବିନାରାୟଣ ଦାଶ, ସମ୍ପାଦକ ସୁରେଶ ଜେନାଙ୍କ ସମେତ ଗଙ୍ଗାଧର ପୃଥାଳ, ସନ୍ତୋଷ ଶତପଥୀ, ଅଶ୍ୱିନୀ ଶତପଥୀ, ଲମ୍ବୋଧର ନାୟକ, ଚନ୍ଦ୍ର କୁମାର ଦେ, ଓଂକାର ପରିଡ଼ା, କାର୍ତ୍ତିକ ପରିଡ଼ା, ଗୋପାଳ ଆଚାର୍ଯ୍ୟ, ରବୀନ୍ଦ୍ର ପଣ୍ଡା, କରବୀନ୍ଦ୍ର ଧଳ, ପ୍ରଭାତ ପାଣିଗ୍ରହୀ, ବିରଞ୍ଚି ନାରାୟଣ ଦାଶ, ବିଜୟ କୁମାର ସାହୁଳ ଜିତେନ୍ଦ୍ର ଉପାଧ୍ୟାୟ ପ୍ରମୁଖ ଏଥିରେ ଯୋଗଦେଇ ସ୍ୱର୍ଗତ ଷଡ଼ଙ୍ଗୀଙ୍କ ଜୀବନାଦର୍ଶ ଓ ସମାଜରେ ଆଧ୍ୟାତ୍ମିକତାପୂର୍ଣ୍ଣ ଜୀବନଚର୍ଯ୍ୟା ପ୍ରସାର ପ୍ରଚାର ବିଭିନ୍ନ ଦିଗ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ। ମାତୃଶକ୍ତିକୁ ଆଧାର କରି ଭକ୍ତଙ୍କ ମଧ୍ୟରେ ଶାତ୍ତ୍ୱିକଭାବନା ସୃଷ୍ଟି କରିବା ଓ ଆଧ୍ୟାତ୍ମିକତା ଭରା ଜୀବନରୁ ଶାନ୍ତି ପ୍ରାପ୍ତି ପାଇଁ ସେ ସମସ୍ତଙ୍କୁ ସର୍ବଦା ପରାମର୍ଶ ଦେଇ ଆସୁଥିଲେ। ତାଙ୍କର ବିୟୋଗ ବାଲେଶ୍ୱରର ଆଧ୍ୟାତ୍ମିକତା ପ୍ରଚାର ପ୍ରାସାର କ୍ଷେତ୍ରରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ବକ୍ତାମାନେ ଏହି ଶୋକ ସଭାରେ ମତ ପ୍ରକାଶ କରିଥିଲେ। ପ୍ରାରମ୍ଭରେ ତାଙ୍କର ଫଟୋଚିତ୍ରରେ ପୁଷ୍ପ ଅର୍ପଣ ପୂର୍ବକ ୨ ମିନିଟ ନିରବ ପ୍ରାର୍ଥନା ସହ ସମସ୍ତେ ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ।