ପୋଲିସ କାବୁରେ ଦଳର ମୁଖ୍ୟ, ତିନି ମହିଳା ଓ ଅନ୍ୟ ଅଭିଯୁକ୍ତ ଫେରାର
ଟିଟିଲାଗଡ଼ ୧୩-୨ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) , ଟିଟିଲାଗଡ଼ ସବ ଡିଭିଜନ ଅଞ୍ଚଳରେ ବିଗତ ଦିନରେ ବାରମ୍ବାର କ୍ରମାଗତ ଭାବେ ଚୋରି ହୋଇଚାଲିଥିବା ବେଳେ ପୋଲିସ ଚୋରକୁ ଧରିବାକୁ ନେଇ ଏକ ଚେଲେଞ୍ଜ ସୃଷ୍ଟି ହୋଇଥିଲା। ବିଭିନ୍ନ ଘରେ ପଶି ଏପରିକି ରାତି ରେ ଓ ଦିନ ବେଳେ ଚତୁରତାର ସହ ଘରେ ପଶି ସୁନା ଗହଣା ଓ ନଗଦ ଟଙ୍କା ଚୋରି କରି ଫେରାର ହୋଇ ସାଧାରଣ ଲୋକ ପରି ବୁଲୁଥିଲେ। ସୂଚନାଯୋଗ୍ୟ ଯେ ନିଜେ ଜଣେ ଫେରିବାଲା ବେଶ ରେ କିଛି ଜିନିଷ ପତ୍ର ଧରି ବୁଲିବୁଲି ବିକ୍ରି କରିବା ଓ ଯୋଜନା ବଦ୍ଧ ଭାବେ ମିଶି କିଛି ଘରକୁ ପଶି ଚୋରି କରୁଥିଲେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ।
ଗତ ଜାନୁୟାରୀ ମାସ ୨୩ ତାରିଖ ରେ ଟିଟିଲାଗଡ଼ ସହର ର ୧୪ ନଂ ୱାର୍ଡ ର ବିପିନ କୁମାର ତ୍ରିପାଠୀ ଙ୍କ ଘରେ ଝରକା କବାଟ ପଟୁ ପଶି ନଗଦ ଟଙ୍କା ଓ ସମସ୍ତ ସୁନାଗହଣା ଚୋରି କରିଥିଲେ। ସେପରି ୧୫ ନଂ ୱାର୍ଡ,୨ ନଂ ୱାର୍ଡ,୧୧ ନଂ ୱାର୍ଡ ଏହିପରି ଗତ ଦୁଇ ମାସରେ ୧୭ ଗୋଟି ଘରେ ଏକ ଦଳ ଚୋରି କରିଆସୁଛନ୍ତି। ତେବେ ଗତ ୨୮ ତାରିଖ ଦିନ ୧୫ ନଂ ୱାର୍ଡ ର ସଞ୍ଜୀବ ପାଣିଗ୍ରାହୀ ଙ୍କ ଘରେ ପଶି ସମସ୍ତ ସୁନା ଗହଣା ଓ ନଗଦ ଟଙ୍କା ଚୋରି କରିଥିଲେ। ଉକ୍ତ ଦିନ ଏକ ବିରାଟ ଘର ରେ ଯୋଗ ଦେବାକୁ ନିଜ ସମ୍ପର୍କୀୟ ଙ୍କ ଘର ବଲାଙ୍ଗୀର କୁ ଯାଇ ୩୦ ତାରିଖରେ ଫେରି ଚୋରି ହୋଇଥିବା ଜାଣି ଟିଟିଲାଗଡ଼ ଥାନା ରେ ଏତଲା ଦେଇଥିଲେ। ଥାନାଧିକାରୀ ପ୍ରଭାତ ରଂଜନ ମହାନ୍ତି ଏ ନେଇ ମାମଲା ଦାୟର କରିଥିଲେ। ଏ ନେଇ ପୋଲିସ ତାର ତଦନ୍ତ ଜାରି ରଖିଥିବା ବେଳେ ଉକ୍ତ ଘର ନିକଟରେ ଥିବା ଖୀରସିନ୍ଧୁ ଦରଜି ନାମକ ଜଣେ ବ୍ୟକ୍ତି ଙ୍କ ଘର ସି ସି ଟିଭି ରେ କଏଦ ଥିବା ଅଭିଯୁକ୍ତ ର ଏକ ବାଇକ ଓ ଆଦମ ନାମକ ଏହି ଅଭିଯୁକ୍ତକୁ କୁ ଧରିବା ରେ ସଫଳତା ହାସଲ କରିଛନ୍ତି । ଆଦମ ଗୌଡ଼( ୪୩) ନାମକ ଉକ୍ତ ଯୁବକ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ପଟାମରା ଗ୍ରାମ ରୁ ଆସି ଟିଟିଲାଗଡ଼ ର ନେହେରୁ ନଗର ରେ ରୁଦ୍ର ବିନ୍ଧାନି ନାମକ ବ୍ୟକ୍ତି ଙ୍କ ଘରେ ଭଡା ଅନ୍ୟ ଅଭିଯୁକ୍ତ ଙ୍କ ସହ ମିଶି ରହି ଫେରିବାଲା ଆଳରେ ଏହି ଚୋରି କରି ଥିବା କହିଛି। ଉକ୍ତ ଆଦମ ନାଁ ରେ ଭବାନୀପାଟଣା ସଦର ଥାନା ରେ ୭ ଗୋଟି ଚୋରି ମାମଲା ରହିଥିବା ବେଳେ ଛତିଶଗଡ଼ ରାଜ୍ୟ ର ଏକ ଡକାୟତି ମାମଲାରେ ୩ ବର୍ଷ ମହାସମୁନ କାରାଗାର ରେ ବନ୍ଦୀ ରହିଛି ।
ପ୍ରକାଶ ଯେ ଏକ ସ୍ପ୍ରେ ଦ୍ୱାରା ଘର ଲୋକମାନଙ୍କୁ ଅଚେତ କରି ଆରାମ ରେ ଚୋରି କରିବା ଜଣାଯାଇଛି । ଏହି ଅଭିଯୁକ୍ତମାନେ ସତର ଜଣ ଥିବା ଓ ତିନି ଜଣ ମହିଳା ଗୋଟିଏ ଦଳ ଥିବା ଓ କଣ୍ଟାବାଞ୍ଜି, ଭବାନୀପାଟଣା, ବଲାଙ୍ଗୀର ଆଦି ସହର ରେ ଅଲଗା, ଅଲଗା ରହି ଏପରି ଚୋରି କରିଚାଲିଥିବା ପ୍ରକାଶ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନେ ଫେରାର ଥିବା ପୋଲିସ ପ୍ରକାଶ କରିଛି। ତେବେ ଏହି ଆଦମ ମୁଖ୍ୟ ଥିବା ଓ ତାକୁ କୋର୍ଟ ଚାଲାଣ କରିଥିବା ବେଳେ ତାକୁ ରିମାଣ୍ଡରେ ଆଣି ସମସ୍ତ ଅଭିଯୁକ୍ତ ମାନଙ୍କ ଗିରଫ କରାଯିବ ବୋଲି ଟିଟିଲାଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁରେନ୍ଦ୍ରନାଥ ଶତପଥୀ ଓ ଥାନାଧିକାରୀ ପ୍ରଭାତ ରଞ୍ଜନ ମଲ୍ଲିକ ,ଏସ ଆଇ ମନୋଜ ମୁଣ୍ଡା ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି। ଅଭିଯୁକ୍ତ ର ଭଡା ଘରୁ ବିପୁଳ ପରିମାଣର ସୁନାଗହଣା ପୋଲିସ ଜବତ କରିବା ସହ ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ଓ ଜନସାଧାରଣ ଏହି ଅଜଣା ବ୍ୟକ୍ତି ଙ୍କ ନିକଟରୁ ସତର୍କ ରହିବାକୁ ସୂଚନା ଦେଇଛନ୍ତି।