ଭଦ୍ରକ, ୨୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ସରସ୍ୱତୀ ଶିଶୁ ମନ୍ଦିର ଠାରେ ଜନ ସଂଘର ପ୍ରତିଷ୍ଠାତା ମହାନ ରାଷ୍ଟ୍ର ନାୟକ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଯାଇଛି । ଭାରତୀୟ ଜନତା ପାର୍ଟିର ପୂର୍ବତନ ରାଜ୍ୟ ସଂଗଠନ ମନ୍ତ୍ରୀ ପଞ୍ଚାନନ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସଂଘ କାର୍ଯ୍ୟକର୍ତ୍ତା ସୁଧାକର ଧଳ,ଲମ୍ବୋଧର ତ୍ରିପାଠୀ,ଲକ୍ଷ୍ମୀ ବେହେରା,ପ୍ରଫୁଲ୍ଲ ସିଂହ,ବାପି ସ୍ୱାଇଁ,ବାବୁ ବିଶ୍ୱାଳ ନାରିନେତ୍ରୀ ରିତାରାଣୀ ବେହେରା,ଚୈଧୁରୀ ଚମ୍ପତି ଚରଣ ବେହେରା ପ୍ରମୁଖ ଯୋଗଦେଇ ଦିନଦୟାଲ ଉପାଧ୍ୟାୟଙ୍କ ତ୍ୟାଗ ତପସ୍ୟା ଓ ବଳିଦାନ ଯୋଗୁଁ ଆଜି ପରମ ବୈଭବଶାଳି ରାଷ୍ଟ୍ର ଗଠନ ସମ୍ଭବ ହୋଇ ପାରିଛି ବୋଲି କହିଥିଲେ । ପ୍ରାରମ୍ଭରେ ଭାରତମାତା ଓ ଦିନଦୟାଲ ଉପାଧ୍ୟାୟଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ରାଷ୍ଟ୍ର ବନ୍ଦନା ଗାନ କରାଯାଇଥିଲା ।