Odiapua.com

ଦିନକ ରେ ସର୍ବାଧିକ ୪୦ ଜଣ କରୋନା ପଜିଟିଭ ଚିହ୍ନଟ, ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୪୨

ସମ୍ବଲପୁର, ୩୦/୭ (ଓଡ଼ିଆ ପୁଅ/ସରୋଜ ସାହୁ): ସମ୍ବଲପୁର ରୁ ଆଜି ଦିନକରେ ସର୍ବାଧିକ ୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ଫଳରେ ଜିଲ୍ଲା ରେ ଆକ୍ରାନ୍ତ ଙ୍କ ସଂଖ୍ୟା ୩୪୨ ରେ ପହଞ୍ଚିଛି। ଚିହ୍ନଟ ୪୦ ଜଣ ଙ୍କ ମଧ୍ୟରେ ୨୩ ଜଣ ମହିଳା ଏବଂ ୧୭ ଜଣ ପୁରୁଷ ରହିଛନ୍ତି। ଗୁରୁବାରଦିନ କେବଳ ସମ୍ବଲପୁରର ମହାନଗର ନିଗମ ଅଞ୍ଚଳରୁ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଚି଼ହ୍ନଟ ଙ୍କ ମଧ୍ୟରୁ ୧୮ ଜଣଙ୍କୁ ଘରକୁ ଘର ଯାଇ ସ୍ୱାସ୍ଥ୍ୟ ଯାଞ୍ଚ ଟିମ ସମୟରେ ଚି଼ହ୍ନଟ ହୋଇଥିବା ପ୍ରଶାସନ ସୂଚନା ଦେଇଛି। ଧନୁପାଲି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଜିଏମ କଲେଜ ରୁ ଜଣେ ଲେଖାଏଁ କରୋନା ଯୋଦ୍ଧା ସମେତ ମହାନଗର ନିଗମ ବଡବଜାର କୁଷ୍ଟାପଡା ରୁ ୧୮ ଜଣ, ଅମରିପଡା ରୁ ୧୧ ଜଣ କୁଲୁଥକାନୀ ରୁ ୧ ଜଣ, ବୁର୍ଲା ମହାନନ୍ଦ ପଡାରୁ ୩ ଜଣ, ବୁଢାରଜା ରୁ ୧ ଜଣ, ସୋନାପାଲି ରୁ ୨ ଜଣ, ଚେରୁଆପଡା ଏବଂ ରାଜଘାଟ ଅଂଚଳ ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି।

ତେବେ ଗୁରୁବାରଦିନର ସମସ୍ତ କରୋନା ଆକ୍ରାନ୍ତ ଙ୍କୁ କୋଭିଡ ଡାକ୍ତରଖାନା କୁ ପଠାଇ ଦିଆଯାଇଛି ଏବଂ ସମସ୍ତ ବ୍ୟକ୍ତି ଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚି଼ହ୍ନଟ କରାଯାଉଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।