Odiapua.com

ଦିନକରେ ୧୨୨ ପଜିଟିଭ୍ ଚିହ୍ନଟ ଜିଲ୍ଲାର କରୋନା ସଂକ୍ରମିତ ସଂଖ୍ୟା ୮୦୦୮କୁ ବୃଦ୍ଧି

ବାଲେଶ୍ୱର, ୪-୧୦(ଓଡ଼ିଆ ପୁଅ/ଅଭୟ ଦାସ): ସାମ୍ପ୍ରତିକ ସ୍ଥିତିରେ ବଢ଼ି ଚାଲିଥିବା କରୋନା ସଂକ୍ରମଣ ସମଗ୍ର ବିଶ୍ୱ ପାଇଁ ବିପଦମୟ ସ୍ଥିତି ସୃଷ୍ଟି କରିଛି। ଭାରତ ଭଳି ଜନବହୁଳ ରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୫ ଲକ୍ଷ ଅତିକ୍ରମ କରିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ୧ଲକ୍ଷ ୧ ହଜାର ୨୭୩ରେ ପହଞ୍ଚିଛି। ସେହିଭଳି ଓଡ଼ିଶାରେ ଆଜି ଗୋଟିଏ ଦିନରେ ୩୩୨୬ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଅଦ୍ୟାବଧି ରାଜ୍ୟର କରୋନା ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୩୨ହଜାର ୭୧୩ରେ ପହଞ୍ଚିଛିକ। ଅନ୍ୟପକ୍ଷରେ ଆଜି ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅଦ୍ୟାବଧି ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୦୭ ଛୁଇଁଛି। ତେବେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ତୁଳନାରେ ବାଲେଶ୍ୱରର କରୋନା ସଂକ୍ରମଣ ଉଦବେଗ ଜନକ ସ୍ଥିତିକୁ ଯାଉଥିବା ଲକ୍ଷ୍ୟ କରାଯାଇଛି। ଆଜି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମୋଟ ୧୨୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଅଦ୍ୟାବଧି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୮୦୦୮ରେ ପହଞ୍ଚିଛି। ଏବେ ସୁଦ୍ଧା ଜିଲ୍ଲାରେ ୬୬୬୭ ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ହୋଇଥିବା ବେଳେ ଏକ୍ଟିଭ୍ ଥିବା ୧୩୦୩ ଜଣ କରୋନା ଆକ୍ରାନ୍ତ କୋଭିଡ୍ ହସ୍ପିଟାଲ, କୋଭିଡ୍ କେୟାର ସେଣ୍ଟର ସହ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ ଆଜି ବାଲେଶ୍ୱର ଜିଲ୍ଲାର ୩ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଜି କୌଣସି କରୋନା ରୋଗୀଙ୍କର ମୃତ୍ୟୁ ହୋଇନଥିବା ବେଳେ ଜିଲ୍ଲାର କରୋନା ଜନିତ ମୃତ୍ୟୁ ସଂଖ୍ୟା ଏବେ ୩୩ରେ ସ୍ଥିର ରହିଛି।