Odiapua.com

ଦିନକରେ ଚିହ୍ନଟ ୧୪୨ କରୋନା ପଜିଟିଭ୍‌ ୨ ହଜାର ଟପିଲା ବାଲେଶ୍ୱର ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା

ବାଲେଶ୍ୱର, ୧୭ା୮(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଜିଲ୍ଲାରେ ଗତ ସପ୍ତାହେ ଧରି କ୍ରମାଗତ ଭାବେ ବଢ଼ି ଚାଲିଥିବା କରୋନା ସଂକ୍ରମଣକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଯାଇଛି। ବିଶେଷ କରି ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଯୋଗୁଁ ଜିଲ୍ଲାର ସ୍ଥିତି ସଙ୍ଗୀନ ଆଡ଼କୁ ଯାଉଥିବା ଲକ୍ଷ୍ୟ କରାଯାଇଛି। ଏହା ଗୋଷ୍ଠୀ ସଂକ୍ରମଣର ରୂପ ନେବାକୁ ଯାଉଛି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୪୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧୧୮ରେ ପହଞ୍ଚିଛି। ଅଦ୍ୟାବଧି ୧୩୧୯ଜଣ ସୁସ୍ଥ ହୋଇଥିବା ବେଳେ ଏକ୍ଟିଭ୍ ଥିବା ୭୮୭ଜଣ କରୋନା ଆକ୍ରାନ୍ତଙ୍କୁ ଏବେ କୋଭିଡ୍ ହସପିଟାଲରେ ରଖି ଚିକିିତ୍ସା କରାଯାଉଛି। ତେବେ ଜିଲ୍ଲାରେ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ୭ରେ ସ୍ଥିର ରହିଛିି। ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ଚିହ୍ନଟ ହୋଇଥିବା ୧୪୨ଜଣ ପଜିଟିଭ୍‌ଙ୍କ ମଧ୍ୟରୁ ଅଧିକାଂଶ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ବାଲେଶ୍ୱର ପୌରାଞ୍ଚଳରୁ ୨୭ଜଣ ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରୁ ଜଣାଯାଇଛି। ସହଦେବଖୁଣ୍ଟା ଅଞ୍ଚଳର ୨ ଜଣ ପୁରୁଷ ଓ ଜଣେ ମହିଳା, ବାଲୁବଜାରର ୨ ଜଣ ମହିଳା, ରାଣୀପାଟଣାର ୨ ଜଣ ପୁରୁଷ, ବଡ଼ଖୁଆର ଜଣେ ମହିଳା, କଲ୍ୟାଣନଗରର ଜଣେ ପୁରୁଷ, ମୋତିଗଞ୍ଜର ଜଣେ ମହିଳା, ଭୋଇସାହିର ଜଣେ ପୁରୁଷ, ମଠସାହିର ୩ ଜଣ ପୁରୁଷ, ଘୋଷ ମାର୍କେଟର ଜଣେ ମହିଳା, ସରଗଡ଼ିଆର ଜଣେ ପୁରୁଷ, ଅଙ୍ଗାରଗଡ଼ିଆର ୨ ଜଣ ପୁରୁଷ, ସୁନହଟର ଜଣେ ପୁରୁଷ, ବାଲେଶ୍ୱର ଶିଳ୍ପାଞ୍ଚଳରୁ ଜଣେ ପୁରୁଷ, ବାରବାଟୀରୁ ଜଣେ ପୁରୁଷ, ପୁଲିସ କଲୋନିର ଜଣେ ପୁରୁଷ, ଚାନ୍ଦମାରୀ ପଡ଼ିଆରୁ ଜଣେ ପୁରୁଷ, ପୁଲିସ ଲାଇନରୁ ଜଣେ ପୁରୁଷ, ପୁରୁଣାବାଲେଶ୍ୱରରୁ ଜଣେ ପୁରୁଷ ଏବଂ ଆକତପୁରରୁ ଜଣେ ମହିଳା କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଚିକିତ୍ସା ପାଇଁ ଭୁବନେଶ୍ୱରର ସୋମ ହସପିଟାଲ ଯାଇଥିବା ଇଚ୍ଛାପୁର ଅଞ୍ଚଳର ଜଣେ ପୁରୁଷ ଓ ଶ୍ରୀନଗର ଅଞ୍ଚଳର ଜଣେ ମହିଳା ସଂକ୍ରମିତ ଭାବେ ଚିହ୍ନଟ ହୋଇଥିବା ବେଳେ ସ୍ପର୍ଶ ହସପିଟାଲ ଯାଇଥିବା ବାଲେଶ୍ୱର ଖପରାପଦା ଅଞ୍ଚଳର ଜଣେ ପୁରୁଷ, ସମ୍ପେଇ ଅଞ୍ଚଳର ଜଣେ ମହିଳା ଏବଂ ଜଳେଶ୍ୱରର ପଥୁରାପୁର ଅଞ୍ଚଳର ଜଣେ ପୁରୁଷ ମଧ୍ୟ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସେହିଭଳି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିବା ଭଦ୍ରକ ଜିଲ୍ଲା ଧାମରା ଅଞ୍ଚଳର ଜଣେ ପୁରୁଷ କରୋନା ପିଜିଟିଭ ଭାବେ ଚିହ୍ନଟ ହୋଇଛନ୍ତି। ନୂଆଭାବେ ଚିହ୍ନଟ ହୋଇଥିବା ସମସ୍ତ ସ୍ଥାନୀୟ ସଂକ୍ରମିତ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଯୋଗୁଁ କରୋନା ପିଜିଟିଭ୍ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।