Odiapua.com

ଦିନକରେ ଚିହ୍ନଟ ୧୦୭ କରୋନା ପଜିଟିଭ୍‌ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୦, ୮୮୪କୁ ବୃଦ୍ଧି

ବାଲେଶ୍ୱର, ୯ା୧୧(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଜିଲ୍ଲାରେ ଗତ କିଛିଦିନ ଧରି ହ୍ରାସ ପାଇଥିବା କରୋନା କାୟା ବିସ୍ତାର ସମ୍ପ୍ରତି ପୁଣି ବଢ଼ିବାରେ ଲାଗିଛି। ଗତ ୧୫ ଦିନ ପୂର୍ବରୁ ଦୈନିକ ସଂକ୍ରମଣ ହାର ୫୦ର ନିମ୍ନକୁ ଚାଲି ଆସିଥିବା ବେଳେ ଏବେ ୧୦୦ ଅତିକ୍ରମ କରିବାରେ ଲାଗିଛି। ଗତକାଲି ୯୯ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଗୋଟିଏ ଦିନରେ ୧୦୭ ଜଣ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ଅଦ୍ୟାବଧି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ୮୮୪ରେ ପହଞ୍ଚିଛି। ତେବେ ସେହି ଅନୁପାତରେ ସୁସ୍ଥ ବୃଦ୍ଧି ପାଇଁ ଆଜି ସୁଦ୍ଧା ମୋଟ ୧୦, ୨୦୦ଜଣ ସୁସ୍ଥ ହୋଇଥିବା ବେଳେ ଏକ୍ଟିଭ୍ ଥିବା ୬୦୭ଜଣ କରୋନା ଆକ୍ରାନ୍ତଙ୍କୁ ଏବେ କୋଭିଡ୍ ହସପିଟାଲରେ ରଖି ଚିକିିତ୍ସା କରାଯାଉଛି। ଅନ୍ୟପକ୍ଷରେ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥାଇ କରେନା କରୋନା ପଜିଟିଭ୍ ଥିବା ବାଲେଶ୍ୱରର ୫୫ ବର୍ଷର ଜଣେ ମହିଳାଙ୍କର ଆଜି ମୃତ୍ୟୁ ହୋଇଯାଇଛି। ଜୀବନ ଯାଇନଥିବା ବେଳେ ଅଦ୍ୟାବଧି ଜିଳ୍ଲାର କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୨ରେ ପହଞ୍ଚିଛି। ତେବେ ଜିଲ୍ଲାରେ ଶୀତର ଲହରି ଆରମ୍ଭ ହୋଇଯାଇଥିବା ବେଳେ କରୋନା ପ୍ରକୋପ ପୁନର୍ବାର ବୃଦ୍ଧି ପାଇବାର ଯଥେଷ୍ଟ ଆଶଙ୍କା ରହିଛି। ଏଭଳି ସ୍ଥିତିରେ ଜିଲ୍ଲାବାସୀ ଅଧିକ ସତର୍କ ରହିବା ସହ ସାମାଜିକ ଦୂରତା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।