Odiapua.com

ଦିଗଦର୍ଶୀ ପିନ୍ଧିଲେ ମିସ୍ ଓଡ଼ିଶା ମୁକୁଟ

ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଏନ.ଆର.ଆଇ ଉଣ୍ଟର ନ୍ୟାସନାଲ ବିଦ୍ୟାଳୟର ଛାତ୍ରୀ ଦିଗଦର୍ଶୀ ମିଶ୍ର ମିସ ଓଡ଼ିଶା ମୁକୁଟ ଲାଭ କରିଛନ୍ତି । ଭୁବନେଶ୍ୱର ଜୟଦେବ ବିହାର ସ୍ଥିତ ଜିଂଜର ହୋଟେଲଠାରେ ଲା ଲୋଟସ ତରଫରୁ ମିସ୍ ଓଡ଼ିଶା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୬ଶହ ପ୍ରତିଯୋଗୀମାନେ ଭାଗ ନେଇଥିଲେ । ଅଡ଼ିସନର ସେମି ଫାଇନାଲରେ କଟି ଯିବା ପରେ ଫାଇନାଲକୁ ୨୪ ଜଣ ପ୍ରତିଯୋଗୀ ଉନ୍ନିତ ହୋଇଥିଲେ । ସେଥି ମଧ୍ୟରୁ ସମସ୍ତଙ୍କୁ ପଛରେ ପକାଇ ଭଦ୍ରକର ଦିଗଦର୍ଶୀ ବିଜୟୀ ମୁକୁଟ ପିନ୍ଧିଥିଲେ । ଲା ଲୋଟସର ନିର୍ଦ୍ଦେଶକ ଦେବାଶିଷ ସାର ଏବଂ ସତ୍ୱାଧିକାରିଣୀ ମୋନାଲି ସାହୁ ଉପସ୍ଥିତ ରହି ଦିଗଦର୍ଶୀଙ୍କୁ ବିଜୟ ମୁକୁଟ ପିନ୍ଧାଇଥିଲେ । କାର୍ଯ୍ୟକ୍ରମରେ ବିଚାରକ ଭାବେ ଓଲିଉଡ଼ର ଅଭିନେତ୍ରୀ ମିସ ତମନ୍ନା, ମଡ଼େଲ ପ୍ରତୀକ୍ଷା ଓ ଜୁରୀ ମେମ୍ବର ସ୍ମୃତିଶ୍ୱେତା ଦାସ ରହିଥିଲେ । ଭେଟେରିଆନ ବିଗ୍ରେଡ଼ିୟର ବି.ପି.ପଟ୍ଟନାୟକ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହିତ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ଦିଗଦର୍ଶୀଙ୍କୁ କ୍ରାଉନ, ଉତ୍ତରୀୟ ଓ ନଗଦ ୨୫ ହଜାର ଅର୍ଥ ପ୍ରଦାନ କରାଯାଇଥିଲା । ଆରଏନ ବେତରା ଭଦ୍ରକ ଗ୍ରାମର ପିତା ପ୍ରକାଶ ଚନ୍ଦ୍ର ମିଶ୍ର ଓ ମାତା ମନ୍ଦାକିନୀ ପଣ୍ଡାଙ୍କ ବଡ଼ ଝିଅ ଦଗଦର୍ଶୀ ବିଜ୍ଞାନ ପଢିବା ସହିତ କଳାପ୍ରତି ସ୍ୱତନ୍ତ୍ର ଋଚି ରଖିଛନ୍ତିି । ପ୍ରକାଶଥାଉକି ଦିଲ୍ଲୀଠାରେ ଆୟୋଜିତ ସର୍ବଭାରତୀୟ ସ୍ତରରେ ପିଜିଥ୍ରୀ ଏଣ୍ଟରଟେନମେଣ୍ଟ ଦ୍ୱାରା ଆୟୋଜିତ ନେକ୍ସଟ ଟପ ମଡ଼େଲ ସିଜିନ ୩ ପ୍ରତିଯୋଗୀତାରେ ୧୨୦୦ ପ୍ରତିଯୋଗୀଙ୍କୁ ପଛରେ ପକାଇ ଦିଗଦର୍ଶୀ ସର୍ବଶ୍ରେଷ୍ଠ ବିଜେତା ହୋଇ ଓଡ଼ିଶା ପାଇଁ ଗୌରବ ଆଣିଥିଲେ ।