Odiapua.com

ଦିଆସିଲି କାଠିରେ ବର୍ଡ଼ର ଗାଭାସ୍କର ଟ୍ରଫି

ପୁରୀ, ୧୯/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଦିଆସିଲି କାଠିରେ ବର୍ଡ଼ର ଗାଭାସ୍କର ଟ୍ରଫି। ଅତି ନିଖୁଣ ଭାବରେ ଶିଳ୍ପୀ ଶାଶ୍ୱତ ରଞ୍ଜନ ସାହୁ ଏହି ଟ୍ରଫିକୁ ତିଆରି କରିଛନ୍ତି। ସେ ଏହି ଟ୍ରଫିକୁ ୧୦୦ ପ୍ୟାକେଟ ବା ୩୫୦୦ ଦିଆସିଲିରେ ତିଆରି କରିଛନ୍ତି। ଏହାର ଉଚ୍ଚତା ୨୩ ଇଞ୍ଚ ଏବଂ ଚଉଡ଼ା ପ୍ରାୟ ୯ ଇଞ୍ଚ ହୋଇଛି। ବର୍ଡ଼ା ଗାଭାସ୍କର ଟ୍ରଫିକୁ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ଏବେ ଅନୁଷ୍ଠିତ ହେଉଛି। ଏହି ଟ୍ରଫିକୁ ଅଷ୍ଟ୍ରଲିଆ ପୂର୍ବତନ ଅଧିନାୟକ ଆଲାନ ବର୍ଡ଼ର ଏବଂ ଭାରତର ପୂର୍ବତନ ଅଧିନାୟକ ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କରଙ୍କ ନାମରେ ନାମିତ କରାଯାଇଛି। ଏହି ଟ୍ରଫି ଅନେକ ଦିନ ଧରି ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ମୈତ୍ରୀ ସୃଷ୍ଟି କରିବା ପାଇଁ ଏହି କପ ହେଉଛି ବୋଲି ପୁରୀ କୁମ୍ଭାରପଡ଼ାର ଯୁକ୍ତ ୩ ଛାତ୍ର ଶାଶ୍ୱତ କହିଛନ୍ତି। ଚଳିତ ବର୍ଷ ପ୍ରଥମ କରି ପିଙ୍କ ବଲରେ ଏହି ଖେଳ ହେଉଥିବାରୁ ଶିଲ୍ପୀ ଶାଶ୍ୱତ ଉଭୟ ଦଳର ଖେଳାଳୀଙ୍କୁ ସ୍ୱାଗତ କରିଛନ୍ତି।