ଭଦ୍ରକ, ୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଦାୱେତେ ଇସଲାମୀ ପକ୍ଷରୁ ପୁରୁଣା ବଜ଼ାର ସ୍ଥିତ ମଦିନା ମଇଦାନ ଠାରେ ସନ୍ଧ୍ୟା ୭ ଘଟିକା ସମୟରେ ଦସ୍ତାରବନ୍ଦୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଦସ୍ତାରବନ୍ଦୀ ଉତ୍ସବରେ ଜନାବ ସବବୀର ଅତାରି ଙ୍କ ସଭାପତିତ୍ୱରେ ଆରମ୍ବ ହୋଇଥିଲା । ଜନାବ ନଦିମ ଅତାରି ଓ ଜନାବ ଫଜୁର ଅତାରି ଙ୍କ ସହଯୋଗରେ ଆରମ୍ଭ ହୋଇଥିଲା । ଦାୱେତେ ଇସଲାମୀ ଇଣ୍ଡିଆ ଭଦ୍ରକ ଜୋନରେ ୩ ଶାଖା ମଦରସାରେ ସାନରୁ ବଡ଼ ପିଲା ପର୍ଯ୍ୟନ୍ତ କୋରାନ ପାଠ ଶିକ୍ଷା ଦିଆଯାଏ। ଏହି ୩ ଜୋନରେ କୋରାନ ପାଠକୁ ସମାପ୍ତ କରିଥିବା ୨୭ ଜଣ ଛାତ୍ର କୃତିତ୍ୱ ହୋଇଥିବାରୁ ମଦିନା ମଇଦାନ ପ୍ରାଣଙ୍ଗନରେ ପ୍ରମାଣପତ୍ର, ଟ୍ରଫି ଓ ଫୁଲତୋଡ଼ା ଦେଇ ସମ୍ମାନିତ କରାଯାଇଥିଲା । ଏହି ଦାୱେତେ ଇସଲାମୀ ମଦରସାରେ ୩ ଶିକ୍ଷକ କାରୀ ରାଶିତ, କାରୀ ସାହିଦ ଓ କାରୀ ଅବଦେ ମୁସ୍ତାଫା ଶିକ୍ଷାଦାନ ରେ ନିଯୁକ୍ତି ହୋଇ ଛାତ୍ର ମାନଙ୍କୁ ଶିକ୍ଷା ଦେଇଥାନ୍ତି । ଏହି ଦସ୍ତାରବନ୍ଦୀ ଉତ୍ସବରେ କବି ଓ ପଣ୍ଡିତ ମାନେ ଛାତ୍ର ସହିତ ଛାତ୍ରଙ୍କ ଅବିଭାବକ ମାନଙ୍କୁ କୋରାନ ପାଠ, ନମାଜ ପାଠ ଏବଂ ବିଭିନ୍ୟ ପ୍ରକାର ପାଠ ଆଲୋଚନାରେ ଆଲୋକପାତ କରିଥିଲେ ଦାୱେତେ ଏହି ଦସ୍ତାରବନ୍ଦୀ ଉତ୍ସବରେ ଲଙ୍ଗର (ପ୍ରସାଦ) ବଂଟନ କରାଯାଇଥିଲା । ଏହି ଦସ୍ତାରବନ୍ଦୀରେ ଦାୱେତେ ଇସଲାମୀ ଇଣ୍ଡିଆ ର ଭଦ୍ରକ ଶାଖା ସଭାପତି ଶେଖ ଜ଼ାବିର, ସଭ୍ୟ ହାଜୀ ଆସିକୁର ରହେମାନ, ଶେଖ ଜୁନେଦ ଅତାରି, ଅବଦୁଲ ଦୟାନ, ଶେଖ ଅନସାର, ସାହିଦ ଖାନ, ଶେଖ ପପ୍ପୁ, ବବଲୁ ଖାନ ଓ ଶେଖ ଇରଫାନ ପ୍ରମୁଖ ପରିଚାଳନା କରିଥିଲେ।