Odiapua.com

ଦାରିଦ୍ର ଦୂରୀକରଣ ଯୋଜନାର ବାସ୍ତବ ହିତାଧିକାରୀ ଚିହ୍ନଟରେ ଗଣମାଧ୍ୟମ ସହଯୋଗ କରୁ , ସୌଜନ୍ୟମୂଳକ ଆଲୋଚନାରେ ଲୁଲୁଙ୍କ ଅପିଲ ଓ ସୈରାତ ବାତିଲ ଆନ୍ଦୋଳନକୁ ବିରୋଧ

ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବିଧାୟକ ଓ ସାଂସଦଙ୍କ ପ୍ରତିନିଧି ଇଂ ପ୍ରୟାସକାନ୍ତି ସାମଲ(ଲୁଲୁ) ଆଜି ଗଣମାଧ୍ୟମ ପ୍ରତିନିଧିଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କାଳରେ ଦାରିଦ୍ର ଦୂରିକରଣ ଯୋଜନାର ବାସ୍ତବ ଓ ଯୋଗ୍ୟ ହିତାଧିକାରୀ ଚିହ୍ନଟରେ ଗଣମାଧ୍ୟମ ସହଯୋଗ ଲୋଡିଛନ୍ତି । ସ୍ଥାନୀୟ ତହସିଲ ପରିସରରେ ଥିବା ପୁର୍ତ୍ତ ବିଭାଗ ଡାକବଙ୍ଗଳାରେ ଅନୁଷ୍ଠିତ ଆଲୋଚନା କାଳରେ ଦଳମତ ନିର୍ବିଶେଷରେ ଖାଦ୍ୟସୁରକ୍ଷା ଯୋଜନା, ଗ୍ରାମୀଣ ଆବାସ ଯୋଜନା ଭଳି ଦାରିଦ୍ର ଓ ଉନ୍ନୟନମୂଳକ ଯୋଜନା ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ôଚବା ଉଚିତ । ସଂପୃକ୍ତ ଯୋଜନାକୁ ଅଯୋଗ୍ୟ ଲୋକମାନେ ହଡପ କରିବା କାର୍ଯ୍ୟକୁ ବିଜେଡି ଦଳ ବିରୋଧ କରେ । ଏଭଳି ଘଟଣା ଦୃଷ୍ଟିକୁ ଆସିଲେ ଗଣମାଧ୍ୟମ ଖବର ପ୍ରକାଶ କରି ପ୍ରଶାସନକୁ ତୃଟି ସୁଧାରିବାକୁ ପଦକ୍ଷେପ ନେବା ଦରକାର ବୋଲି ସେ ମତ ରଖିଥିଲେ । ପ୍ରତି ଗ୍ରାମରେ ଯୋଜନାରୁ ବଞ୍ôଚତ ପରିବାର ତାଲିକା ଗଣମାଧ୍ୟମ ପ୍ରସ୍ତୁତ କରୁ ଓ ଏହାକୁ ପ୍ରଶାସନ ଏପରିକି ବିଜେଡି ଦଳ ନିକଟରେ ଉପସ୍ଥାପନ କରୁ ବୋଲି ଶ୍ରୀ ସାମଲ ନିବେଦନ କରିଥିଲେ । ଏଥିସହ ବାଲିପୋଖରୀ ପଞ୍ଚାୟତର ଜଗନ୍ନାଥପ୍ରସାଦ ସୈରାତ ନିଲାମ ବାତିଲ ପାଇଁ ପ୍ରସ୍ତାବିତ ଆନ୍ଦୋଳନରେ ବିଜେଡି ଦଳ ସାମିଲ ହେବ ନାହିଁ ବୋଲି ଶ୍ରୀ ସାମଲ ଘୋଷଣା କରିଥିଲେ । ଆନ୍ଦୋଳନ ଚିନ୍ତାଧାରା ପରିହାର କରି ଜନପ୍ରତିନିଧି ଭାବେ ବିଧାୟକଙ୍କ ସହଯୋଗ ଲୋଡିଲେ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ ପ୍ରକାଶ କରିଥିଲେ । ସୈରାତ ନିଲାମ ବାତିଲ ପାଇଁ ନ୍ୟାୟାଳୟରେ ଉପଯୁକ୍ତ ଭାବେ ମାମଲା ପରିଚାଳନା କରାଯାଇ ଲକ୍ଷ୍ୟ ହାସଲ କରାଯାଇ ପାରିବ ବୋଲି ସେ ସୂଚୀତ କରିଥିଲେ । ଆଗାମୀ ଦିନରେ ବାଲିପୋଖରୀ ପଞ୍ଚାୟତର କୌଣସି ଦଳୀୟ କର୍ମୀ ବା ନେତା ଏହି ଆନ୍ଦୋଳନରେ ସାମିଲ ହେବେ ନାହିଁ ବୋଳି ଶ୍ରୀ ସାମଲ ପ୍ରକାଶ କରିବା ସହ ଆନ୍ଦୋଳନରେ ସାମିଲ କର୍ମୀଙ୍କୁ ଦଳବିରୋଧି ଭାବେ ଗ୍ରହଣ କରାଯାଇ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଚେତାଇ ଦେଇଥିଲେ ।