Odiapua.com

ଦାରିଙ୍ଗବାଡି ଷ୍ଟେଟବ୍ୟାଙ୍କର କର୍ମଚାରୀ କରୋନା ପଜିଟିଭ ଚିହ୍ନଟ: ଦାରିଙ୍ଗବାଡ଼ି ପ୍ରଶାସନ ତରଫରୁ ବ୍ୟାଙ୍କକୁ ସିଲ କରାଗଲା

ବାଲିଗୁଡା, ୧୭/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡିରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କର ଜୈନିକ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବାପରେ ଦାରିଙ୍ଗବାଡ଼ି ପ୍ରଶାସନ ତରଫରୁ ବ୍ୟାଙ୍କକୁ ସିଲ କରାଯାଇଛି। ସମ୍ପୃକ୍ତ କର୍ମଚାରୀ ଗତ ୧୦ ତାରିଖ ଦିନ ଦାରିଙ୍ଗବାଡ଼ିରୁ ଭୁବନେଶ୍ୱର ଯାଇଥିଲେ। କିଛି ଦିନପରେ ଦେହ ଅସୁସ୍ଥ ହେବାରୁ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବାବେଳେ ତାଙ୍କର କରୋନା ପଜିଟିଭ ବାହାରିଥିଲା। ସେ ଭୁବନେଶ୍ୱର ଯିବାପରେ ଆକ୍ରାନ୍ତ ହୋଇଥିଲେ ନା ଦାରିଙ୍ଗବାଡ଼ିରେ ଥିବାବେଳେ ଆକ୍ରାନ୍ତ ହୋଇଥିଲେ ତାହା ଏବେ ସନ୍ଦେହ ଘେରରେ। ଦାରିଙ୍ଗବାଡ଼ି ତହସିଲଦାର ନିତିଶ ତ୍ରିପାଠୀ, ବିଡ଼ିଓ ଅଭିମନ୍ୟୁ ବେହେରା, ଥାନା ଅଧିକାରୀ କୌଶିକ ମାଝୀ, ରାଜସ୍ୱ ନିରୀକ୍ଷକ କେଦାର ପ୍ରସାଦ ସାହୁ ପ୍ରମୁଖ ବ୍ୟାଙ୍କରେ ପହଞ୍ଚି ସିଲ୍ କରିବାସହ ବ୍ୟାଙ୍କ ସାମ୍ନାରେ ବ୍ୟାରିକେଟ କରିଥିଲେ। ଅଗ୍ନିସମ ବିଭାଗ ଦ୍ୱାରା ବ୍ୟାଙ୍କ ବାହାରେ ସାନିଟାଇଜ କରାଯାଇଥିଲା। ବ୍ୟାଙ୍କର ସମସ୍ତ କର୍ମଚାରୀଙ୍କୁ ଘରୋଇ ସଙ୍ଗରୋଧରେ ରହିବାକୁ କୁହାଯାଇଥିବା ବେଳେ ସେମାନଙ୍କର ଖୁବଶୀଘ୍ର ସ୍କ୍ରିନିଂ ଟେଷ୍ଟ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।