Odiapua.com

ଦାମୋଦର ସଂସ୍କୃତ ମହାବିଦ୍ୟାଳୟରେ ସଂସ୍କୃତ ଦିବସ ପାଳିତ

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦାମୋଦର ସଂସ୍କୃତ ମହାବିଦ୍ୟାଳୟରେ ଶନିବାର ଦିବା ୧୧ଟା ସମୟରେ ଅଧ୍ୟକ୍ଷ ଡ. ନିତ୍ୟାନନ୍ଦ ମିଶ୍ରଙ୍କ ପୌରୋହିତ୍ୟରେ ସଂସ୍କୃତ ସପ୍ତାହର ଉଦ୍‌ଯାପନୀ ସମାରୋହ ତଥା ସଂସ୍କୃତ ଦିବସ ପାଳିତ ହୋଇଯାଇଛି।ଉକ୍ତ ସଭାରେ ସମ୍ମାନିତ ଅତିଥି ଭାବେ ଅକ୍ଷୟ କୁମାର ପାଣିଗ୍ରାହୀ, ସୁକଦେବ ପଣ୍ଡା, ସ୍ୱର୍ଣ୍ଣଲତା ପାକଳ ଓ ପ୍ରଭାତୀ ନାୟକ ଯୋଗଦାନ କରି ସଂସ୍କୃତ ଦିବସର ମହତ୍ୱ ଓ ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ବକ୍ତାମାନେ ସଂସ୍କୃତ ଭାଷା ବିଜ୍ଞାନସମ୍ମତ ଓ ଏହାର ସୁରକ୍ଷା ତଥା ପ୍ରଚାର-ପ୍ରସାରର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ। ସଂସ୍କୃତ ଭାଷାର ପ୍ରଚାର-ପ୍ରସାର ପାଇଁ ସରକାରଙ୍କ ବିଭିନ୍ନ ଉଦ୍ୟମକୁ ମଧ୍ୟ ସେମାନେ ପ୍ରଶଂସା କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ସଂସ୍କୃତ ନାଟକ, ଭାଷଣ, ସାଧାରଣ ଜ୍ଞାନ ଓ ସଂସ୍କୃତ ସଙ୍ଗୀତ ଆଦି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସ୍ୱର୍ଣ୍ଣଲତା ପାକଳ ତାଙ୍କ ବକ୍ତବ୍ୟରେ ସଂସ୍କୃତ ଭାଷା ଓ ସାହିତ୍ୟ କିଭଳି ଭାବରେ ସମାଜ ଉପରେ ପ୍ରତିଫଳିତ ହୋଇଆସିଛି, ସେ ସମ୍ପର୍କରେ ପ୍ରବନ୍ଧ ପାଠ କରିଥିଲେ। ପରିଶେଷରେ ପ୍ରଭାତୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।