ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦାମୋଦର ସଂସ୍କୃତ ମହାବିଦ୍ୟାଳୟ ପରିସରରେ ୩୦ ଦିନାତ୍ମକ ଇଂଟନ୍ସିପ୍ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ନିତ୍ୟାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମକୁ କୋରାପୁଟ କେନ୍ଦ୍ରିୟ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ଡ଼ଃ ନରସିଂହ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଏନ୍ଇପି-୨୦୨୦ର ଦକ୍ଷତା ବିକାଶ ଶିକ୍ଷା ଓ ପ୍ରାଚ୍ୟ ବିଦ୍ୟା ଅନ୍ତର୍ଦେଶୀୟ ଶିକ୍ଷା ଏବଂ ସଂସ୍କୃତ ଶିକ୍ଷାର ପ୍ରଚାର ପ୍ରସାର ଦିଗରେ ଆଲୋକପାତ କରିଥିବା ବେଳେ ମୁଖ୍ୟବକ୍ତା ଅକ୍ଷୟ କୁମାର ପାଣିଗ୍ରାହୀ, ସମ୍ମାନିତ ଅତିଥି ଶ୍ରୀମତୀ ପଣ୍ଡା, ମଞ୍ଜୁଲତା ମହାପାତ୍ର ଓ ପ୍ରଭାତୀ ନାୟକ ପ୍ରମୁଖ ଯୋଗଦେଇ ସଂସ୍କୃତ ଶିକ୍ଷାର ମାନବିକ ମୂଲ୍ୟବୋଧ ତଥା ସମାଜ ଉପରେ ପ୍ରତିଫଳନ ସଂପର୍କରେ ଆଲୋକପାତ କରିଥିଲେ । ଲୋକଭାଷା ପ୍ରଚାର ସମିତି ଆନୁକୂଲ୍ୟରେ ଚାଲିଥିବା ପ୍ରଶିକ୍ଷଣ ଶିବିରର ଅନୁଭୂତି ସମ୍ବନ୍ଧରେ ଛାତ୍ରଛାତ୍ରୀମାନେ ନିଜର ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଅତିଥି ଚତୁର୍ଥ ସେମିଷ୍ଠାର ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଶୁକଦେବ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସଭାରେ ମଧୁସୂଦନ ତ୍ରିପାଠୀ ଓ ଗୌରାଙ୍ଗ ଦାସ ସଭା ସଂଚାଳନ କରିଥିଲେ ।