ଭଦ୍ରକ, ୨୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରୁଣାବଜାରସ୍ଥିତ ଦାମୋଦର ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଇଂଟନ୍ସିପ୍ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡଃ ନିତ୍ୟାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଭାଷା ସାହିତ୍ୟବିତ୍ ତଥା ପ୍ରାକ୍ତନ ଅଧ୍ୟକ୍ଷ ଡଃ କୃପାସିନ୍ଧୁ ନାୟକ, ସମ୍ମାନିତ ଅତିଥି ଅକ୍ଷୟ କୁମାର ପାଣିଗ୍ରାହୀ ଓ ବିଶିଷ୍ଟ ଅତିଥି ଅଧ୍ୟାପିକା ପ୍ରଭାତୀ ନାୟକ ପ୍ରମୁଖ ଯୋଗଦେଇ ଇଂଟନସିପ୍ କାର୍ଯ୍ୟକ୍ରମର ସଦୁପଯୋଗ ଓ ଦକ୍ଷତା ପ୍ରତିପାଦନ ସଂପର୍କରେ ଆଲୋକପାତ କରିଥିଲେ । ଲୋକଭାଷା ପ୍ରଚାର ସମିତି ଆନୁକୂଲ୍ୟରେ ୨୦ଦିନ ବ୍ୟାପୀ ସଂସ୍କୃତ ସମ୍ଭାଷଣ କାର୍ଯ୍ରକ୍ରମରେ ଆଭାସୀ ମାଧ୍ୟମରେ ପ୍ରଚାର ସମିତିର ରାଷ୍ଟ୍ରିୟ ଅଧ୍ୟକ୍ଷ ଡଃ ସଦାନନ୍ଦ ଦୀକ୍ଷିତ ଔପଚାରିକ ଭାବେ ଉଦ୍ଘାଟନ କରିଥିବାବେଳେ ରାଷ୍ଟ୍ରିୟ ସଚିବ ବିଭୂତି ଭୂଷଣ କର ଓ ଡଃ ସାଗରିକା ସଂସ୍କୃତ ସମ୍ଭାଷଣ ସମ୍ପର୍କରେ ଆଲୋକପାତ କରିଥିଲେ। ଉକ୍ତ ସମ୍ଭାଷଣ କାର୍ଯ୍ୟକ୍ରମ +୩ ଶାସ୍ତ୍ରୀ ଚତୁର୍ଥ ସେମିଷ୍ଟାର ର ଛାତ୍ର, ଛାତ୍ରୀମାନେ ଯୋଗ ଦେଇଥିବା ବେଳେ ଗୌରାଙ୍ଗ ଦାସ ସଭା ସଂଚାଳନା କରିଥିଲେ। ପରିଶେଷରେ ଅଧ୍ୟାପିକା ସ୍ୱର୍ଣ୍ଣଲତା ପାକଳ ଧନ୍ୟବାଦ ଅର୍ପଣ କରିଥିଲେ।