Odiapua.com

ଦାମୋଦର ସଂସ୍କୃତ ଡିଗ୍ରୀ ମହାବିଦ୍ୟାଳୟର ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ

ଭଦ୍ରକ, ୧୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରୁଣାବଜାରସ୍ଥିତ ଦାମୋଦର ସଂସ୍କୃତ ଡ଼ିଗ୍ରୀ ମହାବିଦ୍ୟାଳୟରେ ସମ୍ବନ୍ୱିତ ଯୁବ ବିକାଶ ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମ ପକ୍ଷରୁ ନିଶା ନିବାରଣ ସଚେତନତା ଅଭିଯାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ନିତ୍ୟାନନ୍ଦ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ତଥା ଭଦ୍ରକ ନିଶା ନିବାରଣ ପରିଷଦର ଉପସଭାପତି ପ୍ରଫେସର ଅଟଳ ବିହାରୀ ନାୟକ ଯୋଗଦେଇ ନିଶା ନିବାରଣ ପାଇଁ ଯୁବ ସମାଜ ଆଗକୁ ଆସିବା ଦରକାର ଏବଂ ନିଶା ନିବାରଣ ପାଇଁ ଶିକ୍ଷିତ ଲୋକ ଆଗକୁ ଆସିଲେ ସମାଜ ଶୃଙ୍ଖଳିତ ହେବ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ମୁଖ୍ୟ ଅତିଥି ଭେଷଜ ବିଜ୍ଞାନୀ ଡ଼ା. ଦୁର୍ଯ୍ୟେଧନ ଦାସ ଯୋଗ ଦେଇ ନିଶା କିପରି ଶରୀରର ପ୍ରତ୍ୟେକ ଅଙ୍ଗକୁ ନଷ୍ଟ କରିଦିଏ ଏବଂ ନିଶା ସେବନରୁ ସମାଜକୁ ବ୍ୟାଧିମୁକ୍ତ କରିବା ପାଇଁ ପରାମର୍ଶ ଦେଇଥିଲେ । ସଭା ପ୍ରାରମ୍ଭରେ ପଣ୍ଡିତ ମଧୁସୂଦନ ତ୍ରିପାଠୀ ବେଦ ପାଠ କରିଥିଲେ ଏବଂ ଅକ୍ଷୟ କୁମାର ପାଣିଗ୍ରାହୀ ସ୍ୱାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ନୋଡ଼ାଲ ଅଫିସର ଅଧ୍ୟାପକ ଶୁକଦେବ ପଣ୍ଡା କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ଼. ପ୍ରମୋଦ କୁମାର ନାୟକ, ମଞ୍ଜୁଲତା ମହାପାତ୍ର ଓ ଗୌରାଙ୍ଗ ଦାସ ପ୍ରମୁଖ ଯୋଗଦେଇଥିଲେ । ସଭା ପରେ ଛାତ୍ରଛାତ୍ରୀମାନେ ନିଶା ନିବାରଣ ସ୍ଲୋଗାନ ଦେଇ ପୁରୁଣାବଜାର, କାଜି ମହଲା, ବାଙ୍କା ବଜାର, ଧନାଟୋଲା, ବାବୁ ସାହି ପ୍ରଭୃତି ସାହି ପରିକ୍ରମା କରିଥିଲେ । ପରିଶେଷରେ ନୋଡ଼ାଲ ଅଫିସର ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।