Odiapua.com

ଦାବି ପୂରଣ ନହେଲେ ଅଗଷ୍ଟ ୧୬ରୁ ଶିକ୍ଷକମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ

ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକର ସମସ୍ତ ଶିକ୍ଷକ ସଂଘ ପକ୍ଷରୁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନ ଆହ୍ୱାନ କ୍ରମେ ଶନିବାର ବ୍ଲକ ଶିକ୍ଷାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ଏକ ଶୋଭାଯାତ୍ରା ସ୍ଥାନୀୟ କାଳୀପଡ଼ିଆ ଠାରୁ ବାହାରି ବ୍ଲକ କାର୍ଯ୍ୟାଳୟ ଦେଇ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ôଚ ଥିଲା । ଗତ ନଭେମ୍ବର ୨୭ ତାରିଖ ୨୦୨୨ ମସିହାରେ ରାଜ୍ୟର ୧ଲକ୍ଷରୁ ଉର୍ଦ୍ଧ୍ୱ ପ୍ରାଥମିକ ଶିକ୍ଷକ ସେମାନଙ୍କର ଦାବି ପୂରଣ ପାଇଁ ଆନ୍ଦୋଳନ କରିଥିଲେ । ତତ୍କାଳୀନ ମୁଖ୍ୟ ଶାସନ ସଚିବଙ୍କ ପତ୍ର ସଂଖ୍ୟା ୧୦୯ ସିଏସ ତା ୩୦.୧୧.୨୦୨୨ରେ ଶିକ୍ଷକ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରି ଦାବି ଗୁଡ଼ିକ ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଦୁଃଖ ଓ ପରିତାପର ବିଷୟ ଯେ, ଆଜକୁ ୮ମାସରୁ ଉର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ମଧ୍ୟ ପ୍ରାଥମିକ ଶିକ୍ଷକମାନଙ୍କର କୌଣସି ଦାବି ପୂରଣ କରାଗଲା ନାହିଁ । ଯେଉଁଥିପାଇଁ ଶିକ୍ଷକମାନେ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇବା ପାଇଁ ପିଷ୍ପତ୍ତି ନେଇଛନ୍ତି ।

ମୁଖ୍ୟମନ୍ତ୍ରୀ ରାଜ୍ୟ ଠିକା ନିଯୁକ୍ତି ଉଚ୍ଛେଦ କରି ଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ସହିତ ଶିକ୍ଷାକର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ନ୍ୟାସନାଲ ଇନ୍‌କ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରୀରେ ଗଣନା କରିବା ସହିତ ଏକ୍ସ କ୍ୟାଡର ଶିକ୍ଷକମାନଙ୍କୁ କ୍ୟଡରଭୁକ୍ତ କରି କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରିବା, ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ର୍ରୀୟ ହାରରେ ବେତନ ଲେବୁଲ-୯ ଗ୍ରେଡ଼ ପେ ୪୨୦୦ ପ୍ରଦାନ କରାଯିବା, ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ କରାଯିବା ଇତ୍ୟାଦି ଦାବି କରାଯାଇଛି । ତିହିଡ଼ି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମାୟାଧର ସାହୁ, ସମ୍ପାଦକ ରମାକାନ୍ତ ଦାସ, ସଂଗଠନ ସମ୍ପାଦକ, ଶ୍ରୀନାଥ ମଳିକ, ଶିକ୍ଷକ ନେତା ରୁପେଶ କୁମାର ସାହୁ, ପ୍ରଭାସ କୁମାର ପଣ୍ଡା, ସନ୍ତୋଷ ପାଣିଗ୍ରାହୀ, ପରମେଶ୍ୱର ମଳିକ, ଆନନ୍ଦ ଚନ୍ଦ୍ର ଦାସ, ରାଜେନ୍ଦ୍ର ବାରିକ, ପ୍ରାଣକୃଷ୍ଣ ରାଉଳ, ନାରାୟଣ ଦାସ, ରାମଚନ୍ଦ୍ର ବେହେରା, ଦେବୀପ୍ରଭା ମଲ୍ଲିକ, ତପନ ପାଣିଗ୍ରାହୀ, ଶୁକୁନ ମୁର୍ମୁ, ଅମୀୟ ରଂଜନ ସାହୁ, ବଂଶୀଧର ଦାସ, ଅଜୟ ନାୟକ, ଗିରିଧାରୀ ଚାନ୍ଦ ଓ ବିଶ୍ୱନାଥ ଦାସଙ୍କ ନେତୃତ୍ୱରେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଶୋଭାଯାତ୍ରାରେ ଯାଇ ବ୍ଲକ ଶିକ୍ଷାଧିକାରୀ ଗୟାଧର ପରିଡ଼ାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।