Odiapua.com

ଦାନା ଅନୁଦାନ ହରିଲୁଟ, ୨ ଲକ୍ଷ ଟଙ୍କାରେ କେବଳ ରଙ୍ଗ ମରା, ଲାଇଟ-ଝରକା ଏବେ ବି ଭଙ୍ଗା, ପଂଚାୟତ ଅଧିକାରୀ କିଛି ଜାଣିନାହାନ୍ତି

ଭଦ୍ରକ, ୧୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ମୁସ୍ତଫାପୁର ପଂଚାୟତରେ ‘ଦାନା’ ବାତ୍ୟା କ୍ଷୟକ୍ଷତି ମରାମତି ଅନୁଦାନର ଅପବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି। ବାତ୍ୟାରେ କ୍ଷତିଗ୍ରସ୍ତ ପଂଚାୟତ ଅଫିସ ମରାମତି ପାଇଁ ଆସିଥିବା ୨ ଲକ୍ଷ ଟଙ୍କାରୁ ମୋଟା ଅଙ୍କର ଅର୍ଥ ହଡ଼ପ କରାଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଛି। ମରାମତି ନାଁରେ ପୁରୁଣା କୋଠା କୁ କେବଳ ରଙ୍ଗ ଦେଇ ଅର୍ଥ ହରିଲୁଟ କରାଯାଇଥିବା ସ୍ଥାନୀୟ ଅଂଚଳରେ ଅସନ୍ତୋଷ ସୃଷ୍ଟି କରିଛି।ପ୍ରକାଶ ଥାଉକି ୨୦୧୭ ମସିହାରେ ଦୋବଲ ପଂଚାୟତରୁ ଅଲଗା ହୋଇ ମୁସ୍ତଫାପୁର ପଂଚ ।ୟତ ଗଠିତ ହୋଇଥିଲା। ସେହି ସମୟରୁ ପୁରୁଣା ପଂଚାୟତ ଅଫିସ ରେ ମୁସ୍ତଫାପୁର ପଞ୍ଚାୟତ ଅଫିସ ଭାବେ ବ୍ୟବହାର ହେଉଛି। ୨୦୨୪ ‘ଦାନା’ ବାତ୍ୟାରେ ଏହି ଅଫିସ ଟି କ୍ଷତିଗ୍ରସ୍ତ ହୋଇଥିବାରୁ ଏହାର ମରାମତି ପାଇଁ ସରକାରଙ୍କ ପକ୍ଷରୁ ୨ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା।ପଂଚାୟତ ଅଫିସର ଦୁଇଟି ବଖରା ଏବଂ ବାରଣ୍ଡାକୁ ମିଶାଇ ମୋଟ ୩୦ ଫୁଟ୍ ଲମ୍ବ ଓ ୨୦ ଫୁଟ୍ ଚଉଡ଼ାର ଏହି ଛୋଟ କୋଠାଟି କୁ କେବଳ ରଙ୍ଗ ଦିଆଯାଇଛି। ଏବଂ ଏକ ଟିୟଲ ମଧ୍ୟ ଖୋଳା ଯାଇଛି। ସ୍ଥାନୀୟ ଲୋକଙ୍କ କହିବା କଥା, ଏତିକି କାମ ପାଇଁ ସର୍ବାଧିକ ୫୦ ରୁ ୬୦ ହଜାର ଟଙ୍କା ଖର୍ଚ୍ଚ ହେବ। ମାତ୍ର ବାକି ଅର୍ଥକୁ ନେଇ କୌଣସି ସନ୍ତୋଷଜନକ ଉତର ମିଳୁନାହିଁ। ବଡ଼ କଥା ହେଉଛି, ଅଫିସ ମୁଖ୍ୟ ଦ୍ୱାରର ଉପରେ ଲାଗିଥିବା ଭଙ୍ଗା ଲାଇଟ୍ ଏବଂ ଝରକାର କାଚ କବାଟ ଏବେ ବି ସେମିତି ଭଙ୍ଗା ଅବସ୍ଥାରେ ରହିଛି।ପଂଚାୟତ ର କାର୍ଯ୍ୟନିର୍ବାହୀ ବିଭୁ ବ୍ଦତ ପାତ୍ର ଙ୍କ ସୂଚନା ମୁତାବକ, ଅଫିସରେ ନୂଆ ଲାଇଟ୍ ଲଗାଇବା, ଝରକା କାଚ ମରାମତି କରିବା ଏବଂ ଗୋଟିଏ ପାଣିଟାଙ୍କି ବସାଇବା ପାଇଁ କହିଥିଲେ ମାତ୍ର କେହି ମୋ କଥା ଶୁଣି ନଥିଲେ ଏ ବିଷୟ ରେ ବିଭାଗୀୟ ଯନ୍ତ୍ରୀଙ୍କୁ ୍ୱିଲି ନ କରିବା ପାଇଁ କହିଛି ବୋଲି ଶ୍ରୀ ପାତ୍ର କହିଛନ୍ତି।ଏହି ସାଂଘାତିକ ଅନିୟମିତତା ସମ୍ପର୍କରେ ଉଚ୍ଚସ୍ତରୀୟ ତଦନ୍ତ ସହ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି। ଏପଟେ ବିଡ଼ିଓ ବନ ବିହାରି ଦିନ୍ଦା କହିଛନ୍ତି ଯେ ଏପରି ଅଭିଯୋଗ ମୋର ହସ୍ତଗତ ହୋଇନାହିଁ। ତେବେ ଘଟଣା ତଦନ୍ତ କରାଯିବ ବୋଲି କହି ଥିଲେ।