Odiapua.com

ଦାଦୀ ପ୍ରକାଶମଣିଙ୍କ ୧୮ ତମ ସ୍ମୃତି ଦିବସରେ ବ୍ରହ୍ମାକୁମାରୀ ରକ୍ତଦାନ ଶିବିର

ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ର ମୁଖ୍ୟ ପ୍ରଶାସିକା ଦାଦୀ ପ୍ରକାଶମଣି ଙ୍କ ୧୮ ତମ ସ୍ମୃତି ଦିବସରେ ଯୋଗ କାର୍ଯକ୍ରମ ସହ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ସାରା ଦେଶରେ ଏକ ସାଙ୍ଗରେ ରକ୍ତଦାନ ଶିବିର ବ୍ରହ୍ମାକୁମାରୀ ଅନୁଷ୍ଠାନ ଦ୍ୱାରା ଅନୁଷ୍ଠିତ ହେଉଅଛି । ଶତାଧିକ ଭାଇ ଭଉଣୀ ଉପସ୍ଥିତ ହୋଇ ଦାଦି ପ୍ରକାଶ ମଣିଙ୍କ ନିମିତ ସ୍ନେହ ଶ୍ରଦ୍ଧାଞ୍ଜଳି ଅପର୍ଣ କରିଥିଲେ । ୩୪ ଜଣ ଭାଇ ଭଉଣୀ ରକ୍ତଦାନ କରିଥିଲେ । ଭଦ୍ରକ ମୁଖ୍ୟ ସେବାକେନ୍ଦ୍ର ର ସଂଚାଳିକା ବ୍ରହ୍ମାକୁମାରୀ ମଞ୍ଜୁ ଭଉଣୀ ଓ ଚରମ୍ପା ଉପ ସେବାକେନ୍ଦ୍ର ର ସଂଚାଳିକା ଉପସ୍ଥିତ ରହି ଦାଦୀଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିବା ସଙ୍ଗେ ସଙ୍ଗେ ରକ୍ତଦାନ କରିଥିବା ଭାଇ ଭଉଣୀଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ । କାର୍ଯକ୍ରମ ର ଆରମ୍ଭରେ ୨ ଘଂଟା ସାମୂହିକ ଯୋଗ ହୋଇଥିଲା । ବ୍ରହ୍ମା କୁମାରୀ ମଧୁସ୍ମିତା, ବ୍ରହ୍ମାକୁମାର ଅକ୍ଷୟ ,ବ୍ରହ୍ମାକୁମାର ହିମାଂଶୁ (ମାଉଂଟ ଅବୁ) ଉପସ୍ଥିତ ରହି ଦାଦୀଙ୍କ ଦିବ୍ୟ ଗୁଣର ବର୍ଣ୍ଣନା କରିଥିଲେ । ସମସ୍ତେ ବ୍ରହ୍ମା ଭୋଜନ ଗ୍ରହଣ କରି ପ୍ରସ୍ଥାନ କରିଥିଲେ ।