Odiapua.com

ଦାଦାର ବୋମାମାଡ଼ରେ ପୁତୁରା ମୃତ

ପୁରୀ ୫-୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଦାଦାର ବୋମାମାଡ଼ରେ ପୁତୁରା ମୃତ। ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଡେ଼ଲାଙ୍ଗ ଥାନା ଅନ୍ତର୍ଗତ ହରିରାଜପୁର ପଂଚାୟତର ନଈଭଂସର ଗ୍ରାମରେ। ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ତପନ କୁମାର ଦାସ। ତପନଙ୍କ ଉପରକୁ ତାଙ୍କ ଦାଦା ବିଦ୍ୟାଧର ଦାସ ବୋମାମାଡ କରିଥିବା ଅଭିଯୋଗ ହୋଇଛି। ପୂର୍ବ ଶତୃତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ ଘଟଣା ସ୍ଥଳରେ ଡେ଼ଲାଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହୁଥିବାରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି।