Odiapua.com

ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟକୁ କାର୍ଯ୍ୟ କରିବାକୁ ଯାଇ ଦୁଇ ଭାଇ ନିଖୋଜ, ପୁଅଙ୍କ ବାଟକୁ ଅନାଇ ବସିଛି ମା’, ପୋଲିସର ଅଭିଯୋଗ ପରେ କାର୍ଯ୍ୟନୁଷ୍ଠାନ ଅବହେଳା, ପୁଅକୁ ଠାବ କରିବା ପାଇଁ ମା ର ଆକୁଳ ନିବେଦନ

ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦିନକୁ ଦିନ ବଢ଼ିବାରେ ଲାଗିଛି ଦାଦନ ଶ୍ରମିକଙ୍କ ଦୁଃଖ। କେତେବେଳେ ସେମାନଙ୍କ ର ଜୀବନ ଯାଉଛି ତ ଆଉ କେତେବେଳେ ନିଖୋଜ ଘଟଣା ଖବର ମିଳୁଛି। ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନା ବାଲିଦାଣ୍ଡି ଗ୍ରାମରୁ । ସୂଚନା ମୁତାବକ ବାଲିଦାଣ୍ଡି ଗ୍ରାମରେ ରୁକୁଣା ନାୟକଙ୍କ ସାନପୁଅ ଶରତ ନାୟକ ନିଜର ପରିବାର ଭୋକ ମେଂଟାଇ ପାଇଁ ସୁଦୂର ଗୁଜୁରାଟ କୁ ଦାଦନ ଭାବେ କାର୍ଯ୍ୟ କରିବାକୁ ଯାଇ ଥିଲେ କାର୍ଯ୍ୟ କରିବା ର ୧୦ରୁ ଅଧିକ ବର୍ଷ ବିତି ଯାଇଥିଲେ ମଧ୍ୟ୍ୟ ଏପର୍ଯ୍ୟନ୍ତ ତାର କିଛି ଖବର ମିଳି ପାରୁ ନଥିବା ବେଳେ ବଡପୁଅ ଶ୍ରୀମନ୍ତ ନାୟକ ଘଟଣା ମଧ୍ୟ୍ୟ ସମାନ ସେ ମଧ୍ୟ୍ୟ ଆଜକୁ ଦୁଇବର୍ଷ ହେବ ବାହାର କାର୍ଯ୍ୟ କରିବାକୁ ଯାଇ ନିଖୋଜ। କିଛି ବର୍ଷତଳେ ଗୋଟିଏ ବୋଲି ଝିଅ ତୁଳସୀ ଗାଁ ପୋଖରୀ ରେ ବୁଡି ଜୀବନ ଯାଇଛି। ଲାଗୁଛି ଯେମିତି ଦୁଃଖିନୀ ମା ରୁକୁଣା ଉପରେ ଭଗବାନ ଦାଉ ସାଜୁଛି। ନିଖୋଜ ପୁଅ ଆସିବା ବାଟକୁ ଅନାଇଁ ଆଖିର ଲୁହ କୁ ଓଠରେ ପିଇ ଶହେ ମାନସିକ କରିବା ସହିତ ଆଇନ ଦାତା ଙ୍କ ପାଖରେ ଲିଖିତ ଅଭିଯୋଗ ମଧ୍ୟ୍ୟ କରିଛି। ହେଲେ କେହି ତା ଦୁଃଖ ଶୁଣିବାରେ ବିଫଳ।ଏହି ପରିବାର ଉପରେ ଏଭଳି ହୃଦୟ ବିଦାରକ ଘଟଣା ସାରା ଅଂଚଳ ବାସୀଙ୍କ ଆଖିରେ ଆଣିଦେଇଛି ଦୁଃଖ। ପୁଅଙ୍କ ଫେରିବା ଆଶାରେ ଦିନ କାଟୁଛନ୍ତି ଜନ୍ମଦାତ୍ରୀ ମା। ଘରେ ଏବେ କେବଳ ଚିନ୍ତା ଆଉ ଆଶଙ୍କା। ପ୍ରଶାସନ ଓ ପୋଲିସର ସହାୟତା ଦାବି କରୁଛନ୍ତି ପରିବାର ଲୋକେ। ଏହି ଗାଁର ଏକ ଗରିବ ପରିବାର ପାଇଁ ଆଜି ଜୀବନ ଅନ୍ଧକାର ହୋଇପଡ଼ିଛି। ଦାଦନ ଶ୍ରମିକ ଭାବେ ରୋଜଗାର କରିବା ଆଶାରେ ବାହାର ରାଜ୍ୟକୁ ଯାଇଥିବା ଦୁଇ ଭାଇ ଦୀର୍ଘ ସମୟ ଧରି ଘରକୁ ଫେରିନାହାନ୍ତି। ଫୋନ ଯୋଗାଯୋଗ ସମ୍ପୂର୍ଣ୍ଣ ବନ୍ଦ। କେଉଁଠି ଅଛନ୍ତି, କିପରି ଅଛନ୍ତି କାହାର ପାଖରେ ଉତର ନାହିଁ। ପ୍ରତିଦିନ ଘର ଦୁଆରେ ବସି ପୁଅର ଆସିବା ବାଟକୁ ଅନାଇ ରହୁଛି ମା।ଗାଁ ଲୋକଙ୍କ ମଧ୍ୟରେ ମଧ୍ୟ ଆଶଙ୍କାର ବାତାବରଣ ଦେଖା ଦେଇଛି। ଦାଦନ ଶ୍ରମିକ ଭାବେ ଯାଇ ନିଖୋଜ ହେବା ଏହି ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଏଭଳି ଅନେକ ଘଟଣା ସାମ୍ନାକୁ ଆସିଛି। ପରିବାର ପକ୍ଷରୁ ପୀରହାଟ ଥାନାରେ ଲିଖିତ ଅଭିଯୋଗ ଦିଆଯାଇଥିବା କଥା ଜଣାପଡ଼ିଛି। ହେଲେ ଅଭିଯୋଗ ପତ୍ର ପୋଲିସ ବାବୁଙ୍କ ଫାଇଲ ତଳେ ଚାପି ହୋଇ ଯାଇଛି।ଅନ୍ୟପଟେ ପରିବାର ଲୋକେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିକଟରେ ସାହାଯ୍ୟ ଆହ୍ୱାନ କରିଛନ୍ତି। ଆମ ପୁଅ ଦୁଇଜଣ ଯେଉଁଠି ଥାଉନା କାହିଁକି, ସେମାନେ ସୁରକ୍ଷିତ ଭାବେ ଘରକୁ ଫେରାଇ ଆଣିବାକୁ ମା ଅଭିଯୋଗ ହୋଇଛି, ଦୁଇ ଭାଇଙ୍କ ଖୋଜ ମିଳିବ କି! ମା’ର ଆଖିରୁ ଲୁହ ଶୁଖିବ କି! ଏବେ ସବୁଙ୍କ ନଜର ପ୍ରଶାସନ ଓ ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ନଜର ରହିଲା।