Odiapua.com

ଦାଦନ ପ୍ରବଣ କଣ୍ଟାବାଞ୍ଜି ଅଞ୍ଚଳରେ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ପଦକ୍ଷେପ ନେବା ଆବଶ୍ୟକ

କଣ୍ଟାବାଞ୍ଜି, ୧୧-୦୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) କଣ୍ଟାବାଞ୍ଜି ଉପଖଣ୍ଡ ଅନ୍ତର୍ଗତ ତୁରେକେଲା ବ୍ଲକ ଝରନୀ ପଞ୍ଚାୟତର ରମୋଡ଼ ଗ୍ରାମରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ୭୨ ଘଣ୍ଟା ପର୍ଯ୍ୟନ୍ତ ସଟ ଡାଉନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ସୂଚନା ଅନୁଯାୟୀ ବଲାଙ୍ଗୀର ଜିଲ୍ଲାରେ ୫୯ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ସେଥିରୁ ରମୋଡ଼ ଗ୍ରାମରୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ଉକ୍ତ ଅଞ୍ଚଳରେ ପ୍ରଶାସନ ତରଫରୁ ରକ୍ତ ନମୁନା ସଂଗ୍ରହ କରାଯାଇଛି। ସେହିପରି ଏହି କଣ୍ଟାବାଞ୍ଜି ଉପଖଣ୍ଡ ଅନ୍ତର୍ଗତ ତୁରେକେଲା, ବେଲପଡା ଆଦି ଅନେକ ଅଞ୍ଚଳରେ ବିଗତ ଦିନରେ ଆସିଥିବା ଦାଦନ ଶ୍ରମିକଙ୍କ ନାମ ପଞ୍ଜିକରଣ ଅବା କ୍ୱାରେନଟାଇନରେ ରଖିବା ବ୍ୟବସ୍ଥାରୁ ଅନେକ ବଞ୍ଚିତ ରହିଛନ୍ତି। ଏପରି କି ଏହି ଅଞ୍ଚଳରେ ଅନେକ ବିଭିନ୍ନ ରୋଗ ରେ ଆକ୍ରାନ୍ତ ହୋଇ କ୍ୱାକ ଙ୍କ ଦ୍ଵାରା ଚିକିତ୍ସିତ ହେଉଥିବା ବେଳେ କରୋନା ଦ୍ୱାରା କେହି ଆକ୍ରାନ୍ତ ଥାନ୍ତି ତେବେ ପରିସ୍ଥିତି ଗୁରୁତର ହେବା ସୁନିଶ୍ଚିତ। ଏଣୁ ଏ ଦିଗରେ ଜିଲ୍ଲା ପ୍ରଶାସନ ତରଫରୁ ସ୍ୱତନ୍ତ୍ର ପଦକ୍ଷେପ ନେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି।