ଭଦ୍ରକ, ୨୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ବ୍ଲକ ବାରୋ ପଂଚାୟତ ସ୍ଥିତ ଦହପାଣିଆ ସରକାରୀ ହାଇସ୍କୁଲ ପରିସରରେ ୭ମ ଓଡ଼ିଶା ଏନସିସି ବାଟାଲିଆନର ଦ୍ୱିତୀୟ ପର୍ଯ୍ୟାୟ ଦଶଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଉଛି। ଏହାର ସପ୍ତମ ଦିବସରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଲେପ୍ଟନାଂଟ ଆଶିଷ କୁମାର ପଣ୍ଡାଙ୍କ ସଂଚାଳନରେ ଅନୁଷ୍ଠିତ ସଭାରେ ରାଜ୍ୟ ଏନସିସି ପ୍ରମୁଖ ଡେପୁଟି ଡିରେକ୍ଟର ଜେନେରାଲ କର୍ଣ୍ଣେଲ ସତ୍ୟବ୍ରତ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ୟାଡେଟ ମାନଙ୍କୁ କହିଥିଲେ ଯେ, କଠିନ ପରିଶ୍ରମ ଛାତ୍ରଛାତ୍ରୀଙ୍କୁ ସଫଳତାର ଶୀର୍ଷରେ ପହଂଚାଏ। ଛାତ୍ରଛାତ୍ରୀମାନେ ମୋବାଇଲ ଦେଖିବା ଉପରେ ଗୁରୁତ୍ୱ ନଦେଇ ସେହି ସମୟରେ କ୍ରୀଡ଼ା ପ୍ରତି ମନୋନିବେଶ କଲେ ଭବିଷ୍ୟତରେ ଜଣେ ଜଣେ ଭଲ ଖେଳାଳି ହୋଇପାରିବେ ବୋଲି କହିଥିଲେ। ବରେଣ୍ୟ ଅତିଥି ଭାବେ କ୍ୟାମ୍ପ କମାଣ୍ଡର ଲେପ୍ଟନାଂଟ ଶୈଳେନ୍ଦ୍ର ସିଂ ରଘୁବଂଶୀ, ସୁବେଦାର ମେଜର ଯଶୋବନ୍ତ ସିଂ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ହାଇସ୍କୁଲର ପ୍ରଧାନ ଶିକ୍ଷକ ସନତ କୁମାର ବେହେରା, ସରପଂଚ ଉଦ୍ଧବ ଚରଣ ନାୟକ, ବିଜ୍ଞାନ ଶିକ୍ଷକ କାଳିପଦ ଦାସ ଉପସ୍ଥିତ ଥିଲେ। ଏହି ଅବସରରେ ଏନସିସିର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା କ୍ୟାଡେଟ ମାନଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ବେହେରାଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ତାଲିମ ଶିବିରରେ ଭଦ୍ରକ-ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲାର ଥିବା ବିଭିନ୍ନ ସ୍କୁଲ ଓ କଲେଜର ୫୫୦ଜଣ ଏନସିସି କ୍ୟାଡେଟମାନେ ଅଂଶଗ୍ରହଣ କରିଛନ୍ତି। ଏହି ତାଲିମ ଶିବିରର କ୍ୟାଡେଟମାନେ ଆରଡ଼ି ସ୍ଥିତ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ପରିସର, ତାଳପଦା ସ୍ଥିତ କାନ୍ତକବି ସମାଧିପୀଠରେ ସଫେଇ କାର୍ଯ୍ୟ କରିଥିଲେ। ଡେପୁଟି କମାଣ୍ଡର ମେଜର ଡ. ପରେଶ କୁମାର ଦାସ, ଏମଡି କାଲାମୁଦ୍ଦୀନ, ଅଜୟ କୁମାର ସାହୁ, ମାନସ କୁମାର ସାହୁ, ପ୍ରଦୀପ କୁମାର ଜେନା, ରଶ୍ମିରଂଜନ ଦାସ, ସସ୍ମିତା ମଲ୍ଲିକ, ଜିସିଆଇ ଅଭିଲିପ୍ସା ପାଢ଼ୀ, ସିଟିଓ ଅଜିତ୍ ପରମାଣିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି।
ଦହପାଣିଆ ହାଇସ୍କୁଲରେ ଏନସିସିର ପ୍ରଶିକ୍ଷଣ ଶିବିର, କଠିନ ପରିଶ୍ରମ ଛାତ୍ରଛାତ୍ରୀଙ୍କୁ ସଫଳତାର ଶୀର୍ଷରେ ପହଂଚାଏ
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????