Odiapua.com

ଦହପାଣିଆ ସରକାରୀ ହାଇସ୍କୁଲରେ ଖାଉଟି ସଚେତନତା ଶିବିର

ଭଦ୍ରକ, ୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ବାରୋ ପଞ୍ଚାୟତ ଅଧୀନ ଦହପାଣିଆରେ ଥିବା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ ବିଭାଗ ଦ୍ୱାରା ପରିଚାଳିତ ଦହପାଣିଆ ହାଇସ୍କୁଲ ପରିସର ମଧ୍ୟରେ ଏକ ଖାଉଟି ସଚେତନତା ଶିବିର ହୋଇଯାଇଛି । ଏହି ଅବସରରେ ସ୍କୁଲର ପ୍ରଧାନ ଶିକ୍ଷକ ସନତ କୁମାର ବେହେରାଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବାରୋ ସରପଞ୍ଚ ଉଦ୍ଧବ ଚରଣ ନାୟକ, ସମିତିସଭ୍ୟା ବିଷ୍ଣୁପ୍ରିୟା ପତି, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୋମନାଥ ମଳିକ ଓ ରଘୁନାଥ ମଳିକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖାଉଟି ସୁରକ୍ଷା ଉପରେ ଉପସ୍ଥିତ ଲୋକମାନଙ୍କୁ ସଚେତନ କରାଇବା ସହିତ ସରକାରଙ୍କ ପକ୍ଷରୁ ମିଳୁଥିବା ଖାଉଟି ସମାଗ୍ରୀ କିପରି ହିତାଧିକାରୀମାନେ ସୁଚାରୁ ରୂପେ ପାଇପାରିବେ ସେନେଇ ସୂଚନା ଦେଇଥିଲେ । ଶଶିକାନ୍ତ ପଣ୍ଡା, କ୍ଷୀରାବ୍ଧି ମାଝୀ, ଅଜିତ୍ ପରମାଣିକ, ସସ୍ମିତା ସାହୁ, ମୃତ୍ୟୁଞ୍ଜୟ ନାରାୟଣ ପତି, ବସନ୍ତ କୁମାର ଗାଗରାଇ, ଶାନ୍ତିଲତା ସାମଲ, ଗୋପାଳ ଚନ୍ଦ୍ର ସାମନ୍ତରାୟ, ତୃପ୍ତିମୟୀ ବେହେରା, ଦେବୀଦତ୍ତା ଦାସ, ମନୋରଂଜନ ମହାରଣା ପ୍ରମୁଖ ଶିକ୍ଷକ, ଶିକ୍ଷୟିତ୍ରୀ, ପରିଚାଳନା କମିଟି ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବିଜ୍ଞାନ ଶିକ୍ଷକ ଡ. କାଳୀପଦ ଦାସ ମଞ୍ଚ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।