Odiapua.com

ଦଶାହ କର୍ମରେ ଯୋଗ ଦେବାକୁ ଯାଉଥିବା ବେଳେ ସ୍ୱାବିମାନ ଅଚଂଳରେ ପିକଅପ ଭ୍ୟାନ ଓଲଟି ୧୫ଜଣ ଆହତ ୪ଜଣ ଗୁରୁତର

ମାଲକାନଗିରି,୨୪ା୯ ( ଓଡିଆ ପୁଅ) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନ ଅଚଂଳରେ ଏକ ଦଶାହ କର୍ମରେ ଯୋଗ ଦେବାକୁ ଯାଉଥିବା ବେଳେ ହନ୍ତାଳଗୁଡା ଘାଟିରେ ପିକଭ୍ୟାନ ଓଲଟି ୧୫ଜଣ ଆହତ ହେବାସହ ୪ଜଣ ଗୁରୁତର ଥିବାର ଜଣାପଡିଛି । ଆଜି ମଧ୍ୟାହ୍ନରେ ଏକ ପିକକ ଭ୍ୟାନ ଯୋଗେ ପ୍ରାୟ୧୫ଜଣ ଭଳି ଆଦିବାସୀ ମହିଳା ଓ ପୁରଷ ଲୋକ ସ୍ୱାଭିମାନ ଅଚଂଳ ଲାମ୍ବାସିଂ ଗ୍ରମକୁ ଯାଉଥିବା ବେଳେ ହନ୍ତାଳଗୁଡା ଘାଟିରେ ରାସ୍ତା ଖରାପ ଥିବାରୁ ପିକଅପଭ୍ୟାନ ଟି ଭାରସାମ୍ୟହରାଇ ଘାଟିତଳ ରାସ୍ତାକଡକୁ ଓଲଟି ପଡିଥିଲା । ଗାଡିରେ ବସିଥିବା ୧୫ଜଣ ଆଦିବାସୀ ଲୋକେ ଗାଡିରୁ ଦୁରକୁ ଛିଟିକି ପଡି ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି । ନିକଟସ୍ଥ ଗ୍ରାମବାସୀ ଘଟଣାସ୍ଥଳଳେ ପହଁଚି ପୁଲିସକୁ ଜଣାଇବାରୁ ଚିତ୍ରକୋଣ୍ଡା ଓ ପାପରମେଟଲା ଥାନା ପୁଲିସ ଘଟଣାସ୍ଥଳରେ ପହଁଚି ୧୦୮ ଆମ୍ବୁଲାନ୍ସ ଯୋଗେ ଚିତ୍ରକୋଣ୍ଡା ହସପିଟାଲକୁ ଚିକିତ୍ସା ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି । ୪ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଚିତ୍ରକୋଣ୍ଡା ହସପିଟାଲରୁ ମାଲକାନଗରି ଜିଲ୍ଲା ମୁଖ୍ୟ ହସପିଟାଲ କୁ ଉଚ୍ଚତର ଚିକିତ୍ସା ନିମନ୍ତେ ପଠାଇଯାଇଛି ।ସୁଚନା ଯୋଗ୍ୟ ଯେ ସ୍ୱାଭିମାନ ଅଚଂଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚକରାଯାଉଛି, ସେ ଅଚଂଳରେ ରାସ୍ତାକାମ ନିର୍ମାଣ ଅତ୍ୟନ୍ତ ନିମ୍ମମାନର କାମ ହୋଇଥିବାରୁ ବାରମ୍ବାର ରାସ୍ତାଦୁର୍ଘଟଣା ଘଟି ଅନେକ ଧନଜୀବନ ହାନି ଘଟୁଥିବାର ସ୍ଥାନୀୟ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।