Odiapua.com

ଦଶହରା ପାଇଁ ଶ୍ରୀକ୍ଷେତ୍ରରେ ଷୋଳପୂଜା ଆରମ୍ଭ ହୋଇଛି

ପୁରୀ, ୧୦/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଶାରଦୀୟ ଦୁର୍ଗାପୂଜା ପାଇଁ ଆଜିଠାରୁ ଶ୍ରୀକ୍ଷେତ୍ର ରେ ଷୋଳପୂଜା ଆରମ୍ଭ ହୋଇଛି। ଦେବୀ ମା ବିମଳାଙ୍କ ସମେତ ସାତଟି ଦେବୀ ପୀଠରେ ଆଜିଠାରୁ ପୂଜାବିଧି ପାରମ୍ପରିକ ଭାବେ ଆରମ୍ଭ ହୋଇଛି। ଏନେଇ ଆଜି ପରମ୍ପରା ଅନୁସାରେ ଶ୍ରୀନଅରରେ ଗଜପତି ମହାରାଜାଙ୍କ ପକ୍ଷରୁ ଦେବୀପୀଠ ଗୁଡିକରେ ପଣ୍ଡିତ ଓ ପୂଜକ ମାନଙ୍କୁ ବରଣ କରାଯାଇଛି। ଯୋଡା ଆଶ୍ୱିନ ମାସ ଯୋଗୁଁ ଚଳିତ ବର୍ଷ୧୬ ଦିନ ପୂଜା ପରିବର୍ତ୍ତେ ୪୫ ଦିନ ପୂଜା ଅନୁଷ୍ଠିତ ହେବ। ସଂପୂର୍ଣ୍ଣ ରୀତି ନୀତି ରେ ଏହି ପୂଜାପାଠ କୁ ନିଷ୍ଠାର ସହ ସଂପାଦନ କରିବା ପାଇଁ ଗଜପତି ମହାରାଜା ଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।