Odiapua.com

ଦଶହରା ପଡିଆ କୁ ଗଲେନାହିଁ ମା ଖିଲାମୁଣ୍ଡା ବଦଳିଲା ପ୍ରଥା ପରମ୍ପରା

ନୟାଗଡ/୨୫/୧୦(ଓଡିଆପୁଅ/ଦେବୀ ପ୍ରସାଦ ଆଚାର୍ଯ୍ୟ )ନୟାଗଡ ଜିଲ୍ଲା ରଣପୁର ରେ ରାଜରାଜୁଡା  ଅମଳରୁ ରାଜବାଟିରେ  ଷୋଳପୂଜା ଅନୁଷ୍ଠିତ ହୋଇଆସୁଅଛି । ସୁଦୂର ମାଳ ଅଞ୍ଚଳ ରୁ ମା ଖିଲାମୁଣ୍ଡା ଦ୍ୱିତୀୟା ଓଷା ଦିନ ରାଜବାଟି କୁ ଆସିଥାନ୍ତି । ତା ପରେ ପୁରୁଣା ବସନ୍ତ ଠାରେ ଥିବା ମା ନାରାୟଣୀ ରାଜବାଟି କୁ ଆସିଥାନ୍ତି । ରାଜବାଟି ରେ  ଷୋଳପୂଜା ଅନୁଷ୍ଠିତ ହୋଇଥାଏ ।  ତେଣୁ ରଣପୁର ରେ ପୀଠ ପୂଜା ଦିନ ପୂଜା ମଣ୍ଡପ ରେ ବିଜୟାଦଶମୀ  ପୂଜା ଅନୁଷ୍ଠିତ ହୋଇଥାଏ । ରାଜବାଟି ରେ ରାଜାଙ୍କର ଅସ୍ତ୍ର ଓ ଶସ୍ତ୍ର ମା ଙ୍କ ନିକଟରେ ପୂଜା ପାଇଥାଏ  ।  ସଂନ୍ଧ୍ୟା ରେ ମା ଖିଲାମୁଣ୍ଡା ଓ ନାରାୟଣୀ ରଣପୁର ବଡଦାଣ୍ଡରେ ମହା ପଟୁଆର  ରେ ଦଶହରା ପଡିଆ କୁ ବିଜେ କରିଥାନ୍ତି । ଦଶହରା ପଡିଆ ରେ ମା ଙ୍କୁ ତୋପ ସଲାମୀ ଦେବା ପରେ ବିସର୍ଜନ କରାଯାଇଥାଏ ।

କାଠିରେ ଆସିଥିବା ମା ଖିଲାମୁଣ୍ଡା ପାରାରେ ସ୍ୱସ୍ଥାନ କୁ  ବିଜେ କରିଥାନ୍ତି । କିନ୍ତୁ ଚଳିତ ବର୍ଷ  କୋଭିଡ୍ କଟକଣା ଯୋଗୁଁ ଦଶହରା ପଡିଆ କୁ ଗଲେ ସାମାଜିକ ଦୁରତ୍ୱ ରହିବ ନାହିଁ  । ତେଣୁ ରଣପୁର ରାଜା ଦିଲ୍ଲୀପ ଚନ୍ଦ୍ର ସିଂଦେଓ ରାଜବାଟି ପରିସର ରେ ଅସ୍ଥାୟୀ ବିସର୍ଜନ ମଣ୍ଡପ କରି ସେଠାରେ ମାଙ୍କୁ ବିସର୍ଜନ ମନ୍ତ୍ରରେ ବିସର୍ଜନ  କରିଛନ୍ତି । ତୋପ ସଲାମୀ ପ୍ରଦାନ କରାଗଲା ନାହିଁ  । ଜଗନ୍ନାଥ ବଜାର ଦୁର୍ଗା ମଣ୍ଡପ ରେ ପୂଜା ପାଉଥିବା ମା ଦୁର୍ଗା ଙ୍କ ର  ବିଜୟାଦଶମୀ ପାଳିତ ହୋଇଯାଇଛି ।  କୋଭିଡ୍ କଟକଣା ଯୋଗୁଁ ରଣପୁର ଅଞ୍ଚଳ ରେ ବିନା ଭକ୍ତ ରେ ମଣ୍ଡପ ଗୁଡିକରେ ପୂଜାର୍ଚ୍ଛନା ହୋଇଥିବା ଜଣାପଡିଛି ।