Odiapua.com

ଦଶହରାରେ ବର୍ଷା ସାଜିପାରେ ବାଧକ !

ଭୁବନେଶ୍ଵର,୦୨/୧୦,(ଓଡ଼ିଆ ପୁଅ ପି ନାଏକ): ରାଜ୍ୟରେ ବର୍ଷା ସାମାନ୍ୟ କମିଥିବାବେଳେ ଦଶହରାରେ ପାଗ ମେଘୁଆ ରହିବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଅକ୍ଟୋବର ୫ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବ। କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ। ସୂଚନାନୁସାରେ, ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ଅଞ୍ଚଳରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ୬ ତାରିଖ ବେଳକୁ ତାହା ଓଡ଼ିଶା ଉପରେ ବିସ୍ତୃତ ରହିବ। ଯାହାଦ୍ବାରା ଓଡ଼ିଶାରେ ବର୍ଷା ହେବ। ତେବେ ଆଗକୁ ଦଶହରା ଥିବାବେଳେ ରାଜ୍ୟରେ ପ୍ରସ୍ତୁତି ଜୋରଦାର ଚାଳିଛି । ହେଲେ ଦଶହରାରେ ପାଗ ମେଘୁଆ ରହିପାରେ ବୋଲି ସୂଚନା ମିଳିଛି ।