Odiapua.com

ଦଶରା ବଳଦ ନାଚ ପ୍ରତିଯୋଗିତା,୧୦ହଜାର ଲୋକଙ୍କ ସମାଗମ

ଭୁବନେଶ୍ୱର/ଯାଜପୁର୧୦ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଶାରଦୀୟ ପୂଜା ଅବସରରେ କୋରାଇ ବ୍ଲକର ଶଙ୍ଖଚିଲା ଠାରେ ଦୁର୍ଗା କମିଟି ପକ୍ଷରୁ ୫୩ତମ ବାର୍ଷିକ ମା’ଦୁର୍ଗାଙ୍କ ପୂଜା ଉତ୍ସବ ପାଳିତ ହୋଇଛି । ଏହି ଅବସରେ କମିଟି ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ଦଶରା ବଳଦ ନାଚ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଦଶରା ବଳଦ ନାଚ ପ୍ରତିଯୋଗିତାରେ କୋରାଇ ଅଞ୍ଚଳର ବିଭିନ୍ନ ସ୍ଥାନରୁ ୧୨ଟି ପ୍ରତିଯୋଗୀ ବଳଦ ଭାଗନେଇ ପୂଜାକୁ ଉତ୍ସବ ମୁଖର କରିଥିଲେ । ପ୍ରତିଯୋଗିତା ସ୍ଥଳେ ୧୦ହଜାରରୁ ଊଦ୍ଧ୍ୱର୍ ଦର୍ଶକଙ୍କ ସମାଗମ ହୋଇଥିଲା । ଏହି ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ଦୁର୍ଗାକମିଟର ସଭାପତି ଜୟୀରାମ ସାହୁୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ବେଳେ ମୁଖ୍ୟଅତିଥିଭାବେ ବ୍ୟାସନଗର ପୌରପରିଷଦର ପୂର୍ବତନ ଅଧ୍ୟକ୍ଷ ରସାନନ୍ଦ ମହାନ୍ତିି, ସମ୍ମାନିତ ଅତିଥି କୋରାଇ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ୱଜିତ ନାୟକ, ଅନ୍ୟତମ ଅତିଥିଭାବେ ହିଙ୍ଗୁଳା କମିଟିର ସଂପାଦକ ଶିକ୍ଷାବିତ କୃଷ୍ଣଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇଥିଲେ । ଅନୁଷ୍ଠାନର ସଂପାଦକ କୃଣ୍ଣଚନ୍ଦ୍ର ସାହୁ(ଖ) ସ୍ୱାଗତ ଭାଷଣ ଓ ରାଘବଚନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ହାଟପଡିଆରେ ଅନୁଷ୍ଠିତ ଦଶରା ବଳଦା ନାଚ ପ୍ରତିଯୋଗିତାକୁ ଭରପୁର ଦର୍ଶକ ବେଶ ମଜାନେଇଥିଲେ । ପ୍ରତିଯୋଗିତାରେ କୃତିପ୍ରତିଯୋଗୀ ଭାବେ ପ୍ରଥମ ସ୍ଥାନ ପିତାମ୍ବର ସାହୁ(ଠାକୁରପାଟଣା), ଦ୍ୱିତୀୟ ରମେଶ ମଲ୍ଲିକ (ଖମଣ) ଓ ଯୁଗ୍ମଭାବେ ଲକ୍ଷ୍ମୀଧର ସାହୁ(ଠାକୁରପାଟଣା) ଓ ରବିନ୍ଦ୍ର ସାହୁ (ଉଦୟପାଟଣା) ତୃତୀୟ ସ୍ଥାନ ଅଧିକାର କରିଥିବା କୃତିପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ପ୍ରମାଣପତ୍ର ସହ ନଗଦ ଅର୍ଥରାଶି ଓ ଅଙ୍ଗବସ୍ତ୍ର ଦେଇ ପୁରସ୍କୃତ କରାଯାଇଥିଲା । ଅନ୍ୟ ସମସ୍ତ ପ୍ରତିଯୋଗୀଙ୍କୁ ମଧ୍ୟ ସ୍ୱାନ୍ତନା ମୂଳକ ଭାବେ ମାନପତ୍ର, ଅଙ୍ଗବସ୍ତ୍ରୀ ସହ ଅର୍ଥରାଶି ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଅକ୍ଷୟକୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ବ୍ୟାସନଗରର ପୂର୍ବତନ ପୌରାଧ୍ୟକ୍ଷା ସବିତା ରାଉତ, ସମ୍ମାନିତ ଅତିଥିଭାବେ ଆଇନିଜୀବୀ ଚନ୍ଦ୍ରଶେଖର ପଣ୍ଡା ଓ ରଘୁନାଥ ସାହୁ ଯୋଗଦେଇଥିଲେ । ପରିଚାଳନରେ କୋଷାଧ୍ୟକ୍ଷ ଅକ୍ଷୟକୁମାର ନାୟକ, ପ୍ରଶାନ୍ତକୁମାର ଗୁରୁ, ଗୋବର୍ଦ୍ଧନ ଦାସ, ମହେନ୍ଦ୍ରକୁମାର ନାୟକ,ଦେବପ୍ରକାଶ ସାହୁ, ଗଜେନ୍ଦ୍ରକୁମାର ମହାକୁଡ, ଦେବେନ୍ଦ୍ର ବେହେରା, ବଳରାମ ସାହୁ, ଦୋଳଗୋବିନ୍ଦ ଦାସ, ଅଭିରାମ ସାହୁ, ସନ୍ତୋଷକୁମାର ମହାକୁଡ, ଅମୁଲ୍ୟ ମଲ୍ଲିକ, ଭାସ୍କର ପୃଷ୍ଟି, ମହେଶ୍ୱର ଖୁଣ୍ଟିଆ, ନିରମଞ୍ଜନ ମହଲା,ନୃସିଂହ ପଥାଳ, ହରିଶଙ୍କର ଗୁରୁ, ଲକ୍ଷ୍ମୀନାରାୟଣ ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁପରିଚାଳନା କରିଥିଲା ବେଳେ କମିଟିର ସମସ୍ତ କର୍ମକର୍ତା ଓ ସଦସ୍ୟ ଉପସ୍ଥିତ ରହି ସହଯୋଗିତା କରିଥିଲା । ଶାନ୍ତିଶୃଙ୍ଖଳା ରକ୍ଷାକ୍ଷେତ୍ରରେ ଶଙ୍ଖଚିଲା ଫାଣ୍ଡିପକ୍ଷରୁ ପୁଲିସ ବାହିନୀ ଉପସ୍ଥିତ ରହିଥିଲେ ।