Odiapua.com

ଦଶମ ଶ୍ରେଣୀ ପରୀକ୍ଷା ଖାତା ମୂଲ୍ୟୟନ ଆରମ୍ଭ,ପ୍ରଥମ ଦିବସରେ ୯୪ଜଣ ଶିକ୍ଷକ ଶିକ୍ଷୟତ୍ରୀ ଖାତା ଦେଖିଲେ

ମାଲକାନଗିରି,୨୬ା୫(ଓଡିଆ ପୁଅ ) ଆଜି ଠାରୁ ଦଶମ ଶ୍ରେଣୀ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହୋଇଯାଇଛି । ମାଲକାନଗିରି ଜିଲ୍ଲାସଦର ମହକୁମା ଆଇଏମଏସଟି କନଭେଟଂ ସ୍କୁଲକୁ ଭଲଭାବରେ ସାନିଟାଇଜ କରାଯାଇ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଥର୍ମାଲ ସ୍କ୍ରିନିଂ କରିବା ପରେ ଖାତଦେଖା କୋଠରୀକୁ ଛଡା ଯାଇଥିଲା ।ପ୍ରଥମ ଦିବସରେ ଇଂରାଜୀ,ଗଣିତ,ଇତିହାସ,ଓ ଭୂଗୋଳ ବିଷୟରେ ଖାତା ମୂଲ୍ୟାୟନ ପାଇଁ ୯୪ଜଣ ଶିକ୍ଷକ,ଶିକ୍ଷୟତ୍ରୀ ଙ୍କୁ ନିୟୋଜିତ କରାଯାଇଛି ।ସମସ୍ତ ମୂଲ୍ୟାୟନକାରୀ ଶିକ୍ଷକ ଶିକ୍ଷୟତ୍ରୀ ମାନେ ମୁହଁରେ ମାସ୍କ ପିନ୍ଧି ସାନିଟାଇଜ ହୋଇ ସାମଜିକ ଦୂରତା ରକ୍ଷା କରି ଖାତା ଦେଖା ଆରମ୍ଭ କରିଥିଲେ । ପ୍ରଥମ ପର୍ଯ୍ୟାୟ ଖାତା ଦେଖାସରିବା ପରେ ଦ୍ୱିତୀୟ ପର୍ଯ୍ୟାୟ ରେ ପଦାର୍ଥ ବିଜ୍ଞାନ,ଜୀବ ବିଜ୍ଞାନ,ମାତୃଭାଷା(ଓଡିଆ),ହିନ୍ଦୀ,ସଂସ୍କୃତ ପାଚଂଟି ବିଷୟରେ ଖାତା ମୂଲ୍ୟାୟନ କରାଯିବ ।ମୂଲ୍ୟାୟନ କେନ୍ଦ୍ରର ନୋଡାଲ ଅଫିସର ଭାବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସହକାରି ଜିଲ୍ଲାପାଳ ନିରୋଜ ଭତ୍ରା ଙ୍କୁ ନିୟୋଜିତ କରାଯାଇଥିବା ବେଳେ କ୍ୟାମ୍ପ ଅଫିସର ଭାବେ ବୋର୍ଡଅଫିସ କଟକ ର ମଦନ ମହୋନ ବେହେରା,କେନ୍ଦ୍ର ସୁପରିଟେଣ୍ଡେଟଂ ଭାବେ ସରକାରି ହାଇସ୍କୁଲ ର ପ୍ରଧାନଶିକ୍ଷକ ନନିଗୋପାଳ ଦାସ ଙ୍କୁ ଦାଇତ୍ୱ ଦିଆଯାଇଛି ।ଜିଲ୍ଲାଶିକ୍ଷା ଅଧିକାରୀ ରମେଶଚନ୍ଦ୍ର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ମୂଲ୍ୟାୟନ କାର୍ଯ୍ୟ ସୁଚାରୁ ଭାବେ ଚାଲିଥିବାର ଜିଲ୍ଲା ବିଜ୍ଞାନ ପରିଦର୍ଶକ କୃଷ୍ଣଚନ୍ଦ୍ର ବେବର୍ତା କହିଛନ୍ତି ।