Odiapua.com

ଦଶମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଛାତ୍ରୀ ଗର୍ଭବତୀ, ଯୁବକକୁ କୋର୍ଟ ଚାଲାଣ

ନୟାଗଡ଼, ୧୫/୬(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅଞ୍ଚଳର ଜଣେ ୧୦ମ ଶ୍ରେଣୀରେ ପାଠପଢୁଥ‌ିବା ନାବାଳିକା ନିଜ ସମ୍ପର୍କୀୟ ଭାଇ ପ୍ରେମରେ ପଡି ଶାରିରୀକ ସମ୍ପର୍କ ରଖି ଗର୍ଭବତୀ ହୋଇଥିବା ଜଣାପଡ଼ିଛି। ତେବେ ନାବଳିକା ଜଣକ ଦୁଇଦିନ ତଳେ ଟିୟୁସନରେ ପାଠପଢୁଥ‌ିବା ବେଳେ ହଠାତ୍ ଅଚେତ ହୋଇ ପଡିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ମଗରବନ୍ଧ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ, ସେଠାରୁ ଶରଣକୁଳ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡ଼ାକ୍ତର ନାବାଳିକାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ନିରୀକ୍ଷା କରିବା ପରେ କିଛି ବି ଜଣା ପଡିନଥିଲା। ରକ୍ତ ଅଭାବରୁ ଏମିତି ହୁଏ କହି ଘରକୁ ପଠାଇ ଦେଇଥିଲେ। ଏହାର ଦୁଇଦିନ ପରେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ନାବାଳିକାକୁ ଧରି ମାଆ ଯାଇଥିଲେ ମଧ୍ୟ ସେଠାରେ ଡ଼ାକ୍ତର କିଛି ଔଷଧ ଲେଖୁ ଛାଡି ଦେଇଥିଲେ। ନାବାଳିକା ଦିନକୁ ଦିନ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ ଔଷଧ ଖାଇବା ପରେ ଟିକେ ଯନ୍ତ୍ରଣା କମି ଯାଉଥିଲା। ମାଆ ଝିଅକୁ ନେଇ ପୁଣି ଡ଼ାକ୍ତରଙ୍କ ପାଖରେ ପହଂଚିଥିଲେ ଏବଂ ଝିଅର ପରୀକ୍ଷା ନିରୀକ୍ଷା କରିବା ପରେ ଗର୍ଭବତୀ ଥିବା ଡ଼ାକ୍ତର ଜାଣିବାକୁ ପାଇଥିଲେ। ଘଟଣା ଜଣାପଡିବା ପରେ ନାବାଳିକା ଝିଅ ଡ଼ାକ୍ତରଙ୍କ ଆଗରେ ସବୁ ସତ କଥା କହିଥିଲା। ଘରେ ସେ ଏକାକି ଥ‌ିବା ସମୟରେ ବବୁଲ ଭାଇ ଆସି ତାକୁ ଯୋର ଜବରଜସ୍ତ ବଳତ୍କାର କରେ ବୋଲି କହିଥିଲା। ଘଟଣାକୁ ପରେ ଭିନ୍ନ ରୂପ ଦେଇ ଚାପିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା। ଏ ସମ୍ପର୍କରେ ନାବାଳିକା ପରିବାର ପକ୍ଷରୁ ଶରଣକୁଳ ଥାନାରେ ଅଭିଯୋଗ ପରେ ଏହି ଘଟଣାକୁ ପୁଲିସ ଗୁରୁତର ସହ ନେଇ ଯୁବକ ନାମରେ ୯୬/୨୩ରେ ଏକ ମାମଲା ରୁଜୁ କରି ଯୁବକକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି।