Odiapua.com

ଦଶମ ପରୀକ୍ଷାଫଳ: ଭରତ ପାଣିଗ୍ରାହୀ ଜିଲ୍ଲାରେ ପ୍ରଥମ

ବାଲିଗୁଡା, ୨୧/୫ (ଓଡ଼ିଆ ପୁଅ/ଏସ୍.କେ ପାଣିଗ୍ରାହୀ) ଆଜି ଦଶମ ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥିରେ ବାଲିଗୁଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଭରତ ପାଣିଗ୍ରାହୀ ସମଗ୍ର କନ୍ଧମାଳ ଜିଲ୍ଲାରେ ପ୍ରଥମ ହୋଇଛନ୍ତି। ସମୁଦାୟ ୬୦୦ ମାର୍କରୁ ୫୪୧ ମାର୍କ ଆଣି ଜିଲ୍ଲାରେ ପ୍ରଥମ ହୋଇଛନ୍ତି। ଭରତ ପାଣିଗ୍ରାହୀ କହିଛନ୍ତି ଯେ ଦିନକୁ ୧୫ରୁ୧୭ ଘଣ୍ଟା ପରିଶ୍ରମ କରିଥିଲି ଓ ଆମ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା ମାନେ ମଧ୍ୟ ମୋ ପାଇଁ ଚେଷ୍ଟା କରୁଥିଲେ। ମୁଁ ଯୁକ୍ତଦୁଇ ବିଜ୍ଞାନ କରିବା ପରେ ଭବିଷ୍ୟତରେ ଜଣେ ଇଂଜିନିୟର ହେବି ବୋଲି କହିଛନ୍ତି। ମୋ ସଫଳତା ପଛରେ ଗୁରୁଜୀ, ଗୁରୁମା ଏବଂ ମୋ ମା ବାପାଙ୍କ ଚେଷ୍ଟା ଆର୍ଶିବାଦ ରହିଅଛି ସେଥିପାଇଁ ଆଜି ଏହି ସଫଳତା ହାସଲ କରିଅଛି। ଭରତ ବାପା ଶ୍ରୀ ଭାଷ୍କର ପାଣିଗ୍ରାହୀ ଜଣେ ଅବସରପ୍ରାପ୍ତ ସେନାକର୍ମଚାରୀ, ବର୍ତମାନ ତାଙ୍କ ବାପା ବାଲିଗୁଡା ଏସବିଆଇ ବ୍ୟାଙ୍କରେ ସିକୁରିଟି ଗାର୍ଡହିସାବରେ କାଯ୍ୟରତ ଅଛନ୍ତି। ଏହି ଖବର ପ୍ରଚାରିତ ପରେ ତାଙ୍କ ପରିବାରକୁ ଶୁଭେଛାର ବାର୍ତ୍ତାର ସୁଅ ଛୁଟିଛି। ପୁଅର ସଫଳତାର ଖୁସିରେ ବାପାମା ଓ ତାଙ୍କ ପରିବାର ଖୁସି ମନାଉଥିବା ଦେଖିବାକୁ ମିଳିଛି।