ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଥାନା ଅଧିନ ଦେହୁଡି ଆନନ୍ଦପୁର ପଂଚାୟତ ଚମ୍ପାବାଗ ଗ୍ରାମର ମନୋଜ ପଲେଇ ଙ୍କ ୧୦ ବର୍ଷର ପୁଅ ବାପୁନ ପଲେଇ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଚି। ପ୍ରକାଶ ଥାଉକି ବାପୁନ ର ବାପା ଡ୍ରାଇଭର, ମା ଅଙ୍ଗନବାଡ଼ିରେ କାର୍ଯ୍ୟ କରନ୍ତି। ଏହି ସମୟରେ ଘରେ ଏକାକି ଥିବା ବାପୁନ ମୋବାଇଲରେ ଗେମ ଖେଳୁଥିଲେ ବୋଲି ଜଣାଯାଇଛି। ଏକାକୀ ଥିବା ବାପୁନ ଏହି ଗେମ ଖେଳୁଥିଲେ ପରେ ଏଥିରେ ପ୍ରେରିତ ହୋଇ ବେକରେ ରଶି ଲାଗଇ ଝୁଲିପଡ଼ିଥିବା ଅନୁମାନ କରାଯାଇଛି। କିଛି ସମୟ ପରେ ସ୍ଥାନୀୟ ଲୋକେ ଦେଖି ପରିବାରକୁ ଖବର ଦେଇଥିଲେ। ପରିବାର ଲୋକେ ଉଦ୍ଧାର କରି ସ୍ଥାନୀୟ ଯାଜପୁର ମୂଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।