Odiapua.com

ଦଶପଲ୍ଲା କୃଷ୍ଣଚନ୍ଦ୍ରପୁର ପାଟଣାରେ ଦିନ ଦ୍ୱିପହରେ ବୃଦ୍ଧଙ୍କୁ ଗଳା କାଟି ହତ୍ୟା

ନୟାଗଡ/୨୦/୧୧(ଓଡିଆ ପୁଅ/ଆଚାର୍ଯ୍ୟ ବିଶ୍ୱରଂଜନ)-ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା କୃଷ୍ଣଚନ୍ଦ୍ରପୁର ପାଟଣା ରେ ନଭେମ୍ବର ୨୦ ତାରିଖ ଦିନ ୧୧ ଘଟିକା ସମୟରେ ଜଣେ ବୃଦ୍ଧଙ୍କୁ ଗଳା କାଟି ହତ୍ୟା କରିଥିବା ଜଣା ପଡିଛି। ଦଶପଲ୍ଲା ପୋଲିସ୍ ପହଁଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୃଦ୍ଧଙ୍କ ଶବକୁ ଜବତ କରିଛି। ଘଟଣାରୁ ପ୍ରକାଶ ବୃଦ୍ଧ ଜଣକ ହେଉଛନ୍ତି ଦଶପଲ୍ଲା କୃଷ୍ଣଚନ୍ଦ୍ରପୁର ପାଟଣା ର ମାୟାଧର ପୃଷ୍ଟି (୭୦) ନିଜ ଘରେ ରହିଥିଲେ। ତାଙ୍କର ସ୍ତ୍ରୀ ସକାଳୁ ନିକଟସ୍ଥ ଏକ ହଷ୍ଟେଲ କୁ ରୋଷେଇ କରିବା ପାଇଁ ଯାଇଥିଲେ। ଘରକୁ ଆସି ଦେଖିଲା ବେଳକୁ ତାଙ୍କ ଦାଣ୍ଡ ଦୁଆର ବାହାର ପଟୁ ଶିକୁଳି ଲଗାଯାଇଥିଲା। ଘର ଶିକୁଳି ଫିଟାଇ ତାଙ୍କ ସ୍ତ୍ରୀ ଦେଖିଲେ ଯେ ତାଙ୍କ ସ୍ୱାମୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗଳା କଟା ହୋଇ ପଡିଛନ୍ତି। ଦଶପଲ୍ଲା ପୋଲିସ୍ କୁ ଖବର ଦେବାରେ ପୋଲିସ୍ ଘଟଣା ସ୍ଥଳରେ ପହଁଚି ମାୟାଧରଙ୍କ ଶବକୁ ଜବତ କରିଥିବା ଜଣା ପଡିଛି। କୌଣସି ଦୁବୃତ୍ତ ହତ୍ୟା କରି ପଳାଇ ଯାଇଥିବା ସନ୍ଦେହ କରାଯାଉଅଛି। ପୋଲିସ୍ ତଦନ୍ତ ଜାରି ରଖିଛି।