Odiapua.com

ଦଶପଲ୍ଲାରେ ରାଜସ୍ୱ ରଥର ଶୁଭାରମ୍ଭ  

ନୟାଗଡ଼, ୪ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ତହସିଲ କାର୍ଯ୍ୟାଳୟ ଠାରେ ରାଜସ୍ୱ ରଥର ଶୁଭାରମ୍ଭ ହୋଇଛି। ଦଶପଲ୍ଳା ବିଧାୟକ ରମେଶ ଚନ୍ଦ୍ର ବେହେରା ଓ ଜିଲ୍ଳାପାଳ ଡ.ପୋମା ଟୁଡୁ ଏଥିରେ ଯୋଗଦେଇ ଏହାକୁ ପତାକା ହଲାଇ ଶୁଭାରମ୍ଭ କରିଥିଲାବେଳେ ତହସିଲଦାର ଅକ୍ଷୟ କୁମାର ଖେମୁଣୁୁ, ବ୍ଳକ ଅଧ୍ୟକ୍ଷା ସୁନନ୍ଦା ସାହୁ, ଉପାଧ୍ୟକ୍ଷ ବସନ୍ତ କୁମାର ସାହୁ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ। ଜନସାଧାରଣମାନଙ୍କୁ ସୁବିଧାରେ ଦୁଆରେ ସେବା ଯୋଗାଇ ଦେବାର ରାଜସ୍ୱ ରଥର ଲକ୍ଷ୍ୟ ବୋଲି ଅତି୍‌ଥିମାନେ କହିଥିଲେ। ଏହାଦ୍ନାରା ଲୋକମାନେ ତହସିଲ ସମ୍ପର୍କିତ ସବୁ ପ୍ରକାର ସାର୍ଟିଫିକେଟ ହାସଲ କରି ପାରିବେ।