Odiapua.com

ଦଳ ବିରୋଧି କାର୍ଯ୍ୟ ପାଇଁ ବଡମ୍ବା-ନରସିଂହପୁରର ସୁରେନ୍ଦ୍ର ନନ୍ଦଙ୍କୁ କଂଗ୍ରେସ ଦଳରୁ ନିଳମ୍ବିତ

ଭୁବନେଶ୍ୱର ୨୦.୪ (ଓଡ଼ିଆ ପୁଅ) – ଦଳ ବିରୋଧି କାର୍ଯ୍ୟ ପାଇଁ ବଡମ୍ବା-ନରସିଂହପୁର ନିର୍ବାଚନ ମଣ୍ଡଳୀର ୨୯ ନମ୍ବର ଜୋନ୍ କଂଗ୍ରେସ ସଭାପତି ଶ୍ରୀ ପ୍ରଦୀପ୍ତ ଧଳ, ଅଖିଳ ପଣ୍ଡା ଓ ଉକ୍ତ ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ପ୍ରାର୍ଥୀ ସୁରେନ୍ଦ୍ର କୁମାର ନନ୍ଦଙ୍କୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ନିଲମ୍ବନ କରିଛନ୍ତି ବୋଲି ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରଦେଶ କଂଗ୍ରେସ ଉପସଭାପତି ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଜଣାଇଛନ୍ତି।