Odiapua.com

ଦଳୀୟ ବୈଠକରେ ପର୍ଯ୍ୟବେକ୍ଷକ ସଞ୍ଜୟ ଦାସବର୍ମାଙ୍କ ସାଙ୍ଗଠନିକ ସ୍ଥିତି ସମୀକ୍ଷା

ଭଦ୍ରକ, ୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଶୁକ୍ରବାର ସ୍ଥାନୀୟ କଲ୍ୟାଣମଣ୍ଡପରେ ଆହୂତ ବୈଠକରେ ପର୍ଯ୍ୟବେକ୍ଷକ ସଞ୍ଜୟ ଦାସବର୍ମା ଯୋଗଦେଇ ସାଙ୍ଗଠନିକ ସ୍ଥିତି ସମୀକ୍ଷା କରିଥିବା ଜଣାଯାଇଛି । ଶୀ ଦାସବର୍ମାଙ୍କୁ ଆଖୁଆପଦା ଠାରୁ ମୋଟରସାଇକେଲ ଶୋଭାଯାତ୍ରାରେ ପୋଛୋଟି ଅଣାଯାଇଥିଲା । ବ୍ଲକଛକ ବିଜୁବାବୁ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଦଳର ବ୍ଲକ ସଭାପତି ଲକ୍ଷ୍ମୀଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସାଂସଦ ମଞ୍ଜୁଲତା ମଣ୍ଡଳ, ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକ, ଦଳର ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଯେନା, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ, ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ, ଜିଲ୍ଲା ପରିଷଦ ସଦସ୍ୟ ଉତ୍କଳ କେଶରୀ ମହାନ୍ତି, ବଦ୍ରୀନାରାୟଣ ରାଉତ ପ୍ରମୁଖ ଯୋଗଦେଇ ପର୍ଯ୍ୟବେକ୍ଷକଙ୍କ ସହ ସାଙ୍ଗଠନିକ ସ୍ଥିତି, ବିକାଶ ଓ ଆବଶ୍ୟକତା ସମ୍ପର୍କରେ ମତବିନିମୟ କରିଥିଲେ । ବିରୋଧି ଦଳର ଅପପ୍ରଚାରକୁ ଭ୍ରୁକ୍ଷେପ ନକରି ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଜନସାଧାଣଙ୍କ ନିକଟରେ ଉପସ୍ଥାନ କରି ସାଧାରଣ ଲୋକଙ୍କ ସହ ଦଳର ସମ୍ପର୍କ ମଜଭୁତ କରିବାକୁ ବୈଂକରେ ପରାମର୍ଶ ଦିଆଯାଇଥିଲା । ଲଳିତ ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଦଳର ସରପଞ୍ଚ ଓ ଛାମୁଆ କର୍ମୀମାନେ ବୈଠକରେ ଅଂଶଗ୍ରହଣ କରିଥିଲେ ।