Odiapua.com

ଦଳୀୟ ଅନୁଶାସନ ଭଙ୍ଗ ଏବଂ ବିଶୃଙ୍ଖଳିତ କାର୍ଯ୍ୟ କାରଣରୁ ସୁଜାତା ବାରିକ ବିଜେପିରୁ ବହିଷ୍କୃତ

ଭୁବନେଶ୍ୱର, ୨୩/୦୪ (ଓଡ଼ିଆ ପୁଅ) : ଅନୁଶାସନ ଭଙ୍ଗ ଏବଂ ବିଶୃଙ୍ଖଳିତ କାର୍ଯ୍ୟ କାରଣରୁ ରାଜ୍ୟସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ଅନୁମୋଦନକ୍ରମେ ଆଳି ନିର୍ବାଚନ କ୍ଷେତ୍ରର ଶ୍ରୀମତୀ ସୁଜାତା ବାରିକଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଗଲା ବୋଲି ଏକ ପ୍ରେସ ବିବୃତି ଜରିଆରେ ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।