Odiapua.com

ଦଳିତ କନ୍ୟା ମନୀଷା ଗଣଧର୍ଷଣ ଓ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ଗିରଫ ଦାବୀରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉତ୍ତରପ୍ରଦେଶର ହାଥରସ୍ ଠାରେ ଦଳିତ କନ୍ୟା ମନୀଷାଙ୍କୁ ଗଣଧର୍ଷଣ ଓ ହତ୍ୟା କରାଯିବା ଘଟଣାର ଅଭିଯୁକ୍ତଙ୍କୁ ଫାଶିଦଣ୍ଡ ଦେବା ଦାବୀରେ ଆଜି ଭଦ୍ରକ ଜିଲ୍ଲା ଦଳିତ ମହାସଂଘ ଏବଂ ଭଦ୍ରକ ସମନ୍ୱୟ ସମିତି ସଂଗଠନ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହେବା ଯୋଗୀ ସରକାରଙ୍କ ଇସ୍ତଫା ଦାବୀ କରାଯାଇଛି । ଦଳିତ ମହାସଂଘ ସଭାପତି ରାଜେନ୍ଦ୍ର ଜେନା ଏବଂ ସମନ୍ୱୟ ସମିତି ସଂଘ ନେତା ଅତୁଲ୍ୟ ନାୟକଙ୍କ ନେତୃତ୍ୱରେ ଶତାଧିକ ଯୁବକ ସ୍ଥାନୀୟ ତାରିଣୀ ମନ୍ଦିର ପରିସରରୁ ଏକ ବିରାଟ କ୍ୟାଣ୍ଡେଲ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ । ଶୋଭାଯାତ୍ରା ବେଳେ ଯୁବକମାନେ ଯୋଗୀ ସରକାରଙ୍କ ଇସ୍ତଫା ଦାବୀ କରିବା ସହ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବାକୁ ଦାବୀ କରାଯାଇଥିଲା । ସେହିପରି ଦିନକୁ ଦିନ ଦଳିତମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରାଯାଇଥିଲା । ଆୟୋଜିତ ଏହି କ୍ୟାଣ୍ଡେଲ ଶୋଭାଯାତ୍ରାରେ ଦଳିତ ନେତା ଅଗଣି ଜେନା, ରାଜୀବ ନାୟକ, ବବି ଇସ୍‌ଲାମ୍‌, ଦୟାନିଧି ମହାପାତ୍ର, ସଦିଦ ଖାନ୍‌, ରିଙ୍କୁ ଖାଁ, ତନ୍‌ବୀର ଖାଁ, ଦେବ ନାରାୟଣ ପ୍ରମୁଖ ଯୋଗ ଦେଇଥିଲେ ।