Odiapua.com

ଦଳାଙ୍ଗ ସେବା ସମବାୟ ସମିତିରେ ବୀମାରାଶି ପ୍ରଦାନରେ ହେରଫେର ନେଇ ଚାଷୀଙ୍କ ଅଭିଯୋଗ

ଭଦ୍ରକ, ୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତ ଜାହାଙ୍ଗିର ସ୍ଥିତ ଦଳାଙ୍ଗ ସେବା ସମବାୟ ସମିତିରେ ବୀମାରାଶି ବାଣ୍ଟିବାରେ ବିଳମ୍ବ ଦେଖାଯାଇଛି । ପ୍ରତିବର୍ଷ ଭଳି ୨୦୨୦/୨୧ ଖରିଫ ଋତୁରେ ଏହି ସେବା ସମବାୟ ସମିତିରୁ ଚାଷୀ କୃଷି ଋଣ ନେଇ ଧାନଚାଷ କରିଥିଲେ । ଋଣ ନେବା ସମୟରେ ସରକାରୀ ନିୟମ ଅନୁଯାୟୀ ନେଇଥିବା ଖରିଫ କୃଷି ଋଣର ପରିମାଣ ମୁତାବକ କୃଷିବୀମା ରାଶି ପ୍ରଦାନ କରାଯାଇଥିଲା । ୨୦୨୦ ମସିହା ଅଗଷ୍ଟ ମାସରେ ଏକ ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଧାମନଗର ବ୍ଲକ ସମେତ ଦୋବଲ ଜୋନ୍ ଦଳାଙ୍ଗପଞ୍ଚାୟତ ବନ୍ୟା ହୋଇ ବହୁ ଚାଷ ଜମିରେ ବନ୍ୟାପାଣି ଜମିରହି ଧାନଚାଷ ସମ୍ପୁଣ୍ଣ ନଷ୍ଟ ହୋଇଥିଲା । ବୀମା କମ୍ପାନୀ ପକ୍ଷରୁ କ୍ଷେତ୍ରୀୟ ତଦନ୍ତ କରାଯାଇ ପ୍ରାଏ ୬୭% କୃଷି ମୂଳ ଋଣ ଉପରେ ଛାଡ କରାଯାଇଥିଲା । ଧାମନଗର ଏନଏସି ଅଧିନରେ ଆସୁଥିବା ସାହାବାଜପୁର ଅନ୍ୟଟି ରାମେଶ୍ୱରପୁର ମୈଜା ଓ ଭୁମିହିନରେ ଋଣ ନେଇଥିବା ଚାଷୀଙ୍କୁ ବାଦଦେଇ ଦଳାଙ୍ଗ ପଞ୍ଚାୟତର ପାଖାପାଖି ୧ ହଜାର ଚାଷୀଙ୍କ ପାଇଁ ୧ କୋଟି ୪୦ଲକ୍ଷ ୨୬ ହଜାର ଟଙ୍କା ବିମା କ୍ଷତିପୂରଣ ଆସିଥିଲା ।

ତାକୁ ସମିତି ପକ୍ଷରୁ ଚଞ୍ଚକତା କରି ୯୮ ଲକ୍ଷ ଟଙ୍କା ଦଳାଙ୍ଗ ପଞ୍ଚାୟତର ଆଉ ୪୦ ଲକ୍ଷ ଅନ୍ୟ ସେବା ସମବାୟ ସିମିତିର ଟଙ୍କା ସେମାନେ ନେଇଯାଇଛନ୍ତି ବୋଲି ଚାଷୀଙ୍କୁ କୁହାଯାଉଛି । ଯାହାଫଳରେ ଚାଷୀ କମିଟି ଅସନ୍ତୁଷ ପ୍ରକାଶ କରି ସର୍ବଦଳୀୟ ବୈଠକ ଡାକି ଭଦ୍ରକ-ବାଲେଶ୍ୱର କୋପରେଟିଭ ବେଙ୍କ ଧାମନଗର ସାଖାରେ ହୋହାଲ୍ଲା କରିଥିଲେ । ବେଙ୍କ ପକ୍ଷରୁ ବୁଝା ସୁଝା କରି ୧୫ ଦିନ ମଧ୍ୟରେ ବିମାରାଶି ପ୍ରଦାନ କରିବା ଲାଗି ପ୍ରତିଶୃତି ଦେଇଥିଲେ । ଗୋଟେ ସପ୍ତାହ ବିତିଯାଇଥିଲେବି କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ଚାଷୀଙ୍କ ଅଭିଯୋଗ ଅନୁସାରେ ସମବାୟ ସମିତିର ସମ୍ପାଦିକା ପ୍ରତ୍ୟେକ ଚାଷୀଙ୍କର ଋଣ ଅନୁଯାୟୀ ବୀମାରାଶି ବୀମା କମ୍ପାନିକୁ ପୈଠ କରି ନଥିବାରୁ ଚାଷୀ ଉପଯୁକ୍ତ ପରିମାଣର ବୀମା ରାଶି ପାଇବାରୁ ବଞ୍ଚିତ ହୋଇଛନ୍ତି । ନଚେତି ସମିତି ପକ୍ଷରୁ ଚାଷୀଙ୍କ ନାମରେ ଋଣ ଜାଲିଆତ କରି ଆତ୍ମସାତ କରାଯାଇଛି । ଯାଦ୍ୱାରା ଜମିର ପରିମାଣରେ ବିମାରାଶି ଭାଗ ବାଣ୍ଟ କରି ପ୍ରଦାନ କରାଗଲେ ପୁଣି ସେହି ଚାଷୀଙ୍କ ନାମରେ ବିମାରାଶି ଆତ୍ମସାତ କରିହେବ । ତେବେ ଯାହାବି ହେଉ ବୀମା ରାଶି ପୈଠ କିମ୍ବା ଋଣ ଜାଲିଆତି କରିବା ଉଦ୍ଦେଶ୍ୟରେ ହେଉ ୪୦ ଲକ୍ଷ ଟଙ୍କା ଅନ୍ୟ ସମିତିକୁ କେମିତି ଗଲା ତାହାକୁ ନେଇ ଉଚ୍ଚପଦସ୍ଥ ଅଧିକାରଙ୍କ ଦ୍ୱାରା ତୁରନ୍ତ ତଦନ୍ତ କରି ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାନଗଲେ ଚାଷୀ ଅନ୍ଦୋଳନ କରିବାକୁ ଚେତାବନି ଦେଇଛନ୍ତି ।