Odiapua.com

ଦଳରୁ ବିଦା ହେଲେ କୁଲଦୀପ

ନୂଆଦିଲ୍ଲୀ, ୧।୮, (ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଉତ୍ତର ପ୍ରଦେଶର ବହୁ ଚର୍ଚ୍ଚିତ ଉନ୍ନା ଓ ଦୁଷ୍କର୍ମ ମାମଲାରେ ଆଜି ନୂଆ ଖବର ସାମ୍ନାକୁ ଆସିଛି। ପଦକ୍ଷେପ ସ୍ବରୂପ ଅଭିଯୁକ୍ତ ବିଧାୟକ କୁଳଦୀପ ସିଂହ ସେଙ୍ଗାରଙ୍କୁ ଦଳରୁ ବହିଷ୍କୃତ କରିଛି ବିଜେପି।

ତେବେ ସେଙ୍ଗାରଙ୍କ ବିରୋଧରେ ସିବିଆଇ ଏବେ ବି ନିଜର ତଦନ୍ତ ଜାରି ରଖିଛି। ଉନ୍ନାଓ ପୀଡିତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ୩ ପୋଲିସ କର୍ମଚାରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି। ନିଜ କର୍ତ୍ତବ୍ୟ ରେ ହେଳା କରିବା ଯୋଗୁଁ ଏହି ପୋଲିସ କର୍ମଚାରୀଙ୍କୁ କର୍ତ୍ତୃପକ୍ଷ ନିଲମ୍ବନ କରିଛି।