ଭୁବନେଶ୍ୱର ୨୩/୦୪ (ଓଡ଼ିଆ ପୁଅ) : ଜଗତସିଂହପୁର ଜିଲ୍ଲା ସଭାପତିଙ୍କ ସୁପାରିଶ ଏବଂ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ପୂର୍ବତନ ଜିଲ୍ଲା ଉପସଭାପତି ଶ୍ରୀ ଅଜିତ୍ କୁମାର ଦାସ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଓ ପାରାଦ୍ୱୀପ ନଗର ପୂର୍ବତନ ମଣ୍ଡଳ ସଭାପତି ଶ୍ରୀ କୈଳାଶ ଚନ୍ଦ୍ର ସାହୁ, ମହିଳାମୋର୍ଚ୍ଚା ଜିଲ୍ଲା ଉପସଭାନେତ୍ରୀ ଶ୍ରୀମତୀ ଶୈଳେନ୍ଦ୍ରି ସେନାପତି ଏବଂ ଜିଲ୍ଲା ସମ୍ପାଦକ ଶ୍ରୀ ଅରୁଣ କୁମାର ସ୍ୱାଇଁଙ୍କୁ ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଗଲା ବୋଲି ରାଜ୍ୟ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।