Odiapua.com

ଦର୍ପନାରାୟଣପୁର ପୋଲିସ ଫାଣ୍ଡି ୨୮ ବର୍ଷ ହେଲା ଭଡାଘରେ ଚାଲୁଛି

ନୟାଗଡ଼ ୦୮/୦୪ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ରାଜ୍ୟ ସରକାର ଥାନା ଓ ଫାଣ୍ଡିର ଉନ୍ନତି କରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ଆଧୁନିକ ଢାଞ୍ଚାରେ ଆଦର୍ଶ ଥାନା ଓ ପୋଲିସ ଫାଣ୍ଡି କରାଯାଉଛି। ଦର୍ପନାରାୟଣପୁର ଠାରେ ତା- ୨୩/୦୮/୧୯୯୩ ରେ ଏକ ଫାଣ୍ଡି କରାଯାଇଥିଲା। ସେହିଦିନ ଠାରୁ ଦର୍ପନାରାୟଣପୁର ପୋଲିସ ଫାଣ୍ଡି ୨୮ ବର୍ଷରୁ ଉର୍ଦ୍ଧ ହେଲା ଭଡାଘରେ ଚାଲୁଅଛି। ଫାଣ୍ଡିର ଅବସ୍ଥା ଏପରି ଅଟକ ଅଭିଯୁକ୍ତ ଙ୍କୁ ରଖିବା ପାଇଁ ଜାଗା ନାହିଁ। କମ୍ୟୁଟର ରୁମ୍ ପାଇଁ ଜାଗାର ଅଭାବ। ଏହି ଫାଣ୍ଡି ଡମସାହି, ରଙ୍କଦେଉଳି, ଖତିଆ ଓ ଦର୍ପନାରାୟଣପୁର ୪ ଗୋଟି ଗ୍ରାମପଞ୍ଚାୟତ କୁ ସେବା ଯୋଗାଇ ଆସୁଛି।

ଅଭିଯୋଗକାରୀ ଫାଣ୍ଡି କୁ ଗଲେ ବସିବାକୁ ଜାଗା ନାହିଁ। ମହିଳା ଓ ଶିଶୁଙ୍କ କଥା ନକହିବା ଭଲ। ଅଭିଯୁକ୍ତ କୁ ଧରିଲେ ରଖିବା ପାଇଁ ହାଜତ ଘର ବି ନାହିଁ। ଏ ସର୍ମ୍ପକେ ଶରଣକୁଳ ଉପଖଣ୍ଡ ପୋଲିସ ଅଧିକାରୀ କିରଣ ହେମ୍ରମ୍ ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଦର୍ପନାରାୟଣପୁର ଫାଣ୍ଡି ନିର୍ମାଣ ପାଇଁ ଜାଗା ଚିହ୍ନଟ ହୋଇଥିଲେ ମଧ୍ୟ ସରକାରୀ ଅର୍ଥ ଅନୁଦାନ ଆସିବା କଥା ମୋ ନଜର ରେ ନାହିଁ। ତେଣୁ ନୂତନ ଫାଣ୍ଡି ଗୃହ ନିର୍ମାଣ ହୋଇପାରୁନାହିଁ। କେବଳ ରାଜସୁନାଖଳା ଫାଣ୍ଡିକୁ ଥାନା ରେ ପରିଣତ କରିବା ପାଇଁ କାଗଜାତ ଆରମ୍ଭ ହୋଇଛି।