Odiapua.com

ଦର୍ପନାରାୟଣପୁରରେ ବସୁଧା ଯୋଜନା ଫେଲ, ମିଳୁନି ଶୁଦ୍ଧ ପାନୀୟ ଜଳ

ନୟାଗଡ଼ ୨୭/୦୪ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ରାଜ୍ୟ ସରକାର ଜନସାଧାରଣଙ୍କୁ ଶୁଦ୍ଧ ପାନୀୟଜଳ ଯୋଗାଇ ଦେବାପାଇଁ ବହୁବିଧ ଯୋଜନା କରିଛନ୍ତି। ଯୋଜନା ମଧ୍ୟରୁ ବସୁଧା ଯୋଜନା ପାନୀୟଜଳ ଯୋଗାଇବା ପାଇଁ ଗ୍ରାମାଞ୍ଚଳରେ ମୁଖ୍ୟ ଯୋଜନା। କିନ୍ତୁ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଦର୍ପନାରାୟଣପୁର ଗ୍ରାମପଞ୍ଚାୟତରେ ବସୁଧା ଯୋଜନା ଫେଲ ମାରିଥିବା ଅଭିଯୋଗ ହେଉଛି। ଏଭଳି ଅଭିଯୋଗ ଆଣିଛନ୍ତି ରଣପୁର ବ୍ଲକ ବିଜୁ ଜନତା ଦଳର ସଭାପତି ପାଣ୍ଡବ ସେଠୀ। ଯାହାଫଳରେ ଦର୍ପନାରାୟଣପୁରର ୧୯୭ ଗୋଟି ପରିବାର ଓ ଗୋପୀନାଥପୁରର ୧୩୦ ଟି ପରିବାର ପାନୀୟଜଳ ପାଇବାରୁ ବଂଚିତ ହେଉଛନ୍ତି। ଦର୍ପନାରାୟଣପୁର ବରସାହିରେ ନଳକୂପ ଅଛି ହେଲେ ନଳକୂପ ଜଳକୁ ପାନୀୟଜଳ ରୂପେ ବ୍ୟବହାର କଲେ ସମସ୍ତଙ୍କ ଦାନ୍ତ କସରା ପଡି ଯାଉଛି। ଏପରିକି ଛୋଟ ପିଲା ମଧ୍ୟ ବାଦ୍ ପଡୁନାହାଁନ୍ତି। ଅନ୍ୟଲୋକମାନେ ଖୋଲାକୂପ ଜଳ ଓ ପୁଷ୍କରିଣୀ ଜଳକୁ ଛାଣି ପାନୀୟଜଳ ରୂପେ ବ୍ୟବହାର କରୁଥିବା ଜଣାପଡିଛି। ଯାହାଦ୍ୱାରା କି ଲୋକମାନେ ବିଭିନ୍ନ ସଂକ୍ରାମକ ରୋଗର ଶୀକାର ହେଉଛନ୍ତି। ପ୍ରବଳ ଗ୍ରୀଷ୍ମ ତାପ ସାଙ୍ଗକୁ ବର୍ଷାର ଅଭାବ ଯୋଗୁଁ କୂପ ପୁଷ୍କରିଣୀ ଜଳ ସୁଖିବାକୁ ଲାଗିଲାଣି।

ଏ ସର୍ମ୍ପକେ ରଣପୁର ବ୍ଲକ ପାନୀୟଜଳ ଯୋଗାଣ ଯନ୍ତ୍ରୀ ମହେନ୍ଦ୍ର ମହାପାତ୍ରଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଯେ ମୁଁ ରଣପୁର ବ୍ଲକ କୁ ୮ ବର୍ଷହେଲା ଆସିଲିଣି ମୋ ଆସିବା ଆଗରୁ ସେଠାରେ ପାଣିଟାଙ୍କି ନିର୍ମାଣ ହୋଇଛି। କିନ୍ତୁ ପାନୀୟଜଳ ଉତ୍ସ ଆବଶ୍ୟକ ଅନୁଯାଇ ଜଳ ଯୋଗାଇପାରୁ ନାହିଁ। ତେଣୁ ପାଣିଟାଙ୍କିକୁ ପାନୀୟଜଳ ଯାଇ ଗଚ୍ଛିତ ହୋଇପାରୁନାହିଁ। କେବଳ ସିଧାସଳଖ ଭାବେ ବାପୁଜିପଲ୍ଲୀରେ ଥିବା ପ୍ରାୟ ୩୦ ପରିବାରକୁ ପାନୀୟଜଳ ଯୋଗଇ ହେଉଛି। ଏ ସର୍ମ୍ପକେ ନୟାଗଡ ଜିଲ୍ଲା ପାନୀୟଜଳ ଯୋଗାଣ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସରୋଜ କୁମାର କର ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଯେ ମୁଁ ଅଳ୍ପଦିନ ହେଲା କାର୍ଯ୍ୟଭାର ଗ୍ରହଣ କରିଛି। ଦର୍ପନାରାୟଣପୁର ରେ ବସୁଧା ଯୋଜନା ଫେଲ ମାରିବା କଥା ମୋ ଦୃଷ୍ଟିକୁ ଆସିନାହିଁ। ପାନୀୟଜଳ ଯୋଗାଇବା ପାଇଁ ପରିସ୍ଥିତି ଅନୁଧ୍ୟାନ ପରେ ଖୁବଶୀଘ୍ର ପଦକ୍ଷେପ ନିଆଯିବ। ଅପରପକ୍ଷେ ଅଭିଯୋଗକାରୀ ପାଣ୍ଡବ ସେଠୀ ଙ୍କ କହିବା ଅନୁଯାଇ ଚଳିତ ବର୍ଷ ବସୁଧା ଯୋଜନା ଫେଲ ମାରିବା ଓ ପାନୀୟଜଳ ଯୋଗାଣ ପାଇଁ ଦୁଇ ଦୁଇ ଥର ଜିଲ୍ଲା ପାନୀୟଜଳ ଯୋଗାଣ ଅଧିକାରୀଙ୍କୁ ଅଭିଯୋଗ ଦିଆହୋଇ ସାରିଛି। ତୁରନ୍ତ ଭ୍ରାମ୍ୟମାଣ ଟ୍ୟାଙ୍କର ଯୋଗେ ଗ୍ରାମବାସୀ ଙ୍କୁ ପାନୀୟଜଳ ଯୋଗାଇ ଦେବାପାଇଁ ଅନୁରୋଧ କରିଛନ୍ତି।