Odiapua.com

ଦର୍ଜିପୋଖରୀ ଶିରିଡ଼ି ସାଇ ମନ୍ଦିର ବାର୍ଷିକ ଉତ୍ସବ

ବାଲେଶ୍ୱର, ୨୮-୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସହରର ଦର୍ଜିପୋଖରୀସ୍ଥିତ ପ୍ରଭୁ ଶିରିଡ଼ି ସାଇଙ୍କ ମନ୍ଦିରର ୯ମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଏକ ଆଧ୍ୟାତ୍ମିକ ପରିବଶେ ମଧ୍ୟରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ସକାଳେ ବିଶେଷ ନୀତି ପୂଜା ସହିତ ପ୍ରାର୍ଥନା ଓ ଆରତୀ ଆଦି ସମ୍ପନ୍ନ ହୋଇଥିଲା। ପରେ ଯଜ୍ଞ ଓ ଅନ୍ୟାନ୍ୟ କର୍ମକାଣ୍ଡ ଅନୁଷ୍ଠିତ ହୋଇଥଲା। ସାରା ଦିନରେ ୩ ଥର ଆରତୀ ସାଙ୍ଗକୁ ସାମୂହିକ ସାଇ ପାରାୟଣ ଅନୁଷ୍ଠିତ ହୋଇଥିଲା। ସଂଧ୍ୟାରେ ଯଜ୍ଞ ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଥିଲା। ମନ୍ଦିରର ମୁଖ୍ୟ ପୂଜକ ବିଜୟ ମିଶ୍ରଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ପଣ୍ଡିତଙ୍କ ବେଦମନ୍ତ୍ର ସାଙ୍ଗକୁ ଘଣ୍ଟଘଣ୍ଟା, ଭଜନ କୀର୍ତ୍ତନରେ ସମଗ୍ର ଅଞ୍ଚଳ ଭାବାବେଗମୟ ହୋଇ ଉଠିଥିଲା। ଯଜ୍ଞ ପୂର୍ଣ୍ଣାହୁତି ପରେ ଆୟୋଜିତ ସାମୂହିକ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ଦର୍ଜିପୋଖରୀ ସମେତ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।