Odiapua.com

ଦରଭା ଡିଭିଜନର ୨ଲକ୍ଷ ପୁରସ୍କାର ଘୋଷିତ ମହିଳା ମାଓବାଦୀର ଆତ୍ମସମର୍ପଣ

ମାଲକାନଗିରି,୨୧ା୧ (ଓଡିଆ ପୁଅ )  ଆଜି ମାଲକାନଗିରି ଜିଲ୍ଲା ପୁଲିସ କୁ ଏକ ବଡଧରଣର ସଫଳତା ମିଳିଛି, ଦରଭା ମାଓଡିଭିଜନ ମହିଳା କ୍ୟାର୍ଡର ୨ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ଦୁର୍ଦାନ୍ତ ମାଓବାଦୀ ଆଡମେ ମାଡକାମି ଆଜି ମାଲକାନଗିରି ଏସପି ରିଶିକେଶ ଡି ଖିଲାରୀ ଙ୍କ ନିକଟରେ ଆତ୍ମସମର୍ପଣ କରି । ଆତ୍ମସମର୍ପଣ କରିଥିବା ମାଓବାଦୀ ଆଡମେ ମାଡକାମି (୨୨)ଙ୍କ ନିଜ ଘର ମାଲକାନଗିରି ଜିଲ୍ଲାସ୍ଥ ମାଥିିଲି ଥାନା ନିକଟବର୍ତି କମାରପାଲି ଗ୍ରାମରେ । ସେ ଗତ ୨୦୧୫ ମସିହାରେ ମାଓସଂଗଠନରେ ଯୋଗଦେଇ ଓଡିଶା ଛତିଶଗଡ ବୋର୍ଡର ଦରଭା ଡିବିଜନ ମିଲିଟାରୀ ପ୍ଲାଟୁନ ର ମହିଳା କ୍ୟର୍ଡର ଭାବେ ତୁଳସି ପାହଡ ଅଚଂଳର କାମକରୁଥିଲେ । ସେ ଗତ୨୦୧୫ ମସିହାରେ ଦଣ୍ଡିପଦର ଗ୍ରାମମୁଖିଆ ଭିମାମାଡକାମିଙ୍କୁହତ୍ୟା,୨୦୧୭ରେ ଜନ୍ଦ୍ରାଗୁଡା ଗ୍ରାମର ମୁୟାକବାସିଙ୍କୁ ହତ୍ୟ,୨୦୧୮ରେ ଖଟୁଆପଦର ଗ୍ରାମର ପରଦେଶି ଦୁରୁଆ ଙ୍କୁ ହତ୍ୟା ,ଲୁଲେର ଗ୍ରାମରେ ରୋଲର ପୋକଲିନ ପୋଡି,ମହୁପଦର, ଦଲଦଲି ଗ୍ରାମ ଜଙ୍ଗଲରେ ପୁଲିସ ଉପରକୁ ଗୁଳିଚଳାଇବା,ବିଭିନ୍ନ ମାଓହିଂସାକାଣ୍ଡରେ ସାମିଲ ଥିଲେ ତାଙ୍କ ମୁଣ୍ଡଉପରେ ୨ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ବୋଲି ଏସପି ଶ୍ରୀ ଖିଲାରୀ କହିଛନ୍ତି । ମାଓପ୍ରବଣ ଅଚଂଳରେ ସରକାରଙ୍କର କୌଣସି ବିକାଶ ମୁଳକ କାର୍ଯ୍ୟ ହୋଇପାରୁନଥିବା ଆନ୍ଦ୍ରପ୍ରଦେଶ ଓଡିଶା ଓ ଛତିଶଗଡ କ୍ୟାର୍ଡମାଓବାଦୀ ମାନଙ୍କ ମଧ୍ୟରେ ଭେଦଭାବ ତଳ କ୍ୟାର୍ଡର ମାଓବାଦୀଙ୍କ ଉପରେ ଜୁଲମ ଚଳାଇବା, ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରକାର କଥା କହି ଗାଁ ଲୋକମାନଙ୍କୁ ମନାଇ ଓ ଧମକଦେଇ ମାଓବାଦୀ ମାନେ ସେମାନଙ୍କ ସଂଗଠନରେ ସାମିଲ କରିବା,ଏପରିକି ମହିଳା, ଯୁବତୀ ଓ ସାନପିଲାମାନଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ପ୍ରଥମେ ମାଓବାଦୀଙ୍କ ଚେତନା ନାଟ୍ୟ ଦଳମରେ ଭର୍ତି କରି ମାଓବାଦୀଙ୍କ ସଂଙ୍ଗୀତ ଓ ନୃତ୍ୟ ସହିତ ବିଭିନ୍ନ ପ୍ରକାରର ତାଲିମ ଦେଇଥାନ୍ତି । କିଛି ବର୍ଷ ପରେ ସେ ଜାଣିବାକୁ ପାଇଲେ ଯେ ମାଓବାମାନେ ଗାଁ ଲୋକଙ୍କର କିଛି ଉପକାର କରୁନାହାଁନ୍ତି ଓଲଟି ସେମାନଙ୍କୁ ହତ୍ୟା,ମାଡଧର କରୁଛନ୍ତି,ଦିନରେ ପୁଲିସର ଗିରଫ ଭୟ ରାତିରେ ମାଓବାଦୀଙ୍କ ଅତ୍ୟାଚାର କେତେଦିନ ଆଉ ସହିବେ ,ମାଓବାଦୀ ଙ୍କ ଭୟରେ ବିଭିନ୍ନଗ୍ରାମରେ କୌଣସି ସରକାରି ଉନ୍ନୟନ କାମ ହେଲାନାହିଁ, ଗରିବ ଲୋକେ ଇନ୍ଦିରା ଆବାସଟିଏ କି ରାସନକାର୍ଡ ଟିଏ ,ମଧ୍ୟ ପାଇପାରିଲେ ନାହିଁ କି ଗାଁକୁ ଭଲ ରାସ୍ତାଟିଏ ହୋଇପାରିଲା ନାହିଁ, କେତେ ଦିନ ଆଉ ମାଓବାଦୀଙ୍କୁ ଭୟକରି ସେମାନଙ୍କୁ ସମର୍ଥନ ଜଣାଇବେ ,ସେ ନିସ୍ପତି ନେଲେ ମାଓସଂଗଠନ ଛାଡି ପୁଲିସ ନିକଟରେ ଆତ୍ମସମର୍ପଣକରି ସାଧାରଣ ଲୋକଙ୍କ ପରି ବଚିଂବାପାଇଁ ଆତ୍ମସମର୍ପଣ କରିଥିବା ନକ୍ସଲ ଆଡମେ ମାଡକାମି ପୁଲିସ ନିକଟରେ କହିଛନ୍ତି । ମାଓବାଦୀ ଆତ୍ମସମର୍ପଣ ନିୟମ ଅନୁସାରେ ଆତ୍ମ ସମର୍ପଣକରି କରିଥିବା ନକ୍ସଲ ଆଡମେ ଙ୍କୁ ସରକାରଙ୍କ ନିୟମ ଅନୁ ଯାଇ ସହାୟତା ଯୋଗାଇ ଦିଆଯିବ ବୋଲି ମାଲକାନଗିରି ଏସପି ଶ୍ରୀ ଖିଲାରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟାନ ମାନଙ୍କ ମଧ୍ୟରେ ବିଏସଏଫ କମାଣ୍ଡେଟଂ,ମାଲକାନଗିରି ସହକାରି ଏସପି ଅପରେସନ ବିଷ୍ଣୁମୋହନ ମୁଆଁଖିଆ ଓ ଅନ୍ୟାନ ପୁଲିସ ଅଧିକାରୀ ମାନେ ପସ୍ଥିତ ଥିଲେ ।