Odiapua.com

ଦରବୃଦ୍ଧି ବିରୋଧରେ ଏବଂ ଜୀବନ ଜୀବିକା ଅଧିକାର ନେଇ ସେପ୍ଟେମ୍ବର ୧୮ ରୁ ୨୭ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଖେତ ମଜଦୂର ଆନ୍ଦୋଳନ

ଭାରତୀୟ ଖେତ ମଜଦୂର ୟୁନିୟନର ରାଜ୍ୟ ପରିଷଦ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର, ୨୮ା୮ (ଓଡ଼ିଆ ପୁଅ) : ଭାରତୀୟ ଖେତ ମଜଦୂର ୟୁନିୟନ ଓଡ଼ିଶା ରାଜ୍ୟ ପରିଷଦ ବୈଠକ ରଘୁନାଥ ଗୌଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଦେଶର ଶ୍ରମିକ ଶ୍ରେରୀର ଅଧିକାର ଖର୍ବକାରୀ ମଜୁରୀ କୋର୍ଡ, ବୃତ୍ତି, କାର୍ଯ୍ୟକ୍ଷେତ୍ର ନିରାପତ୍ତା ଓ ସ୍ୱାସ୍ଥ୍ୟ କୋର୍ଡ, ଶ୍ରମ ସମ୍ପର୍କ କୋର୍ଡ ଏବଂ ସାମାଜିକ ନିରାପତ୍ତା କୋର୍ଡ ନାମରେ ନୂତନ କୋର୍ଡ ସବୁ ଆଇନ୍ ଖିଲାପ ବିରୁଦ୍ଧରେ ନିରୀକ୍ଷଣ ପ୍ରକ୍ରିୟା ବନ୍ଦ କରି କମ୍ପାନୀ ମାଲିକଙ୍କୁ ସହାୟତା ପାଇଁ ଅଧିକାରୀମାନେ କାର୍ଯ୍ୟ କରିବା ବ୍ୟବସ୍ଥା କରାଯାଇଥିବାରୁ ଏହାକୁ ନିନ୍ଦା କରାଯାଇଛି। ମୋଦି ସରକାରଙ୍କ ପ୍ରଥମ ପାଳିର ବିମୁଦ୍ରାକରଣ, ଜିଏସ୍ ଟି ଆମ ଜାତୀୟ ଅର୍ଥନୀତିକୁ ଦେବାଳିଆ କରାଇଥିବାବେଳେ, ଦ୍ୱିତୀୟ ପାଳିରେ ସୂଚନା ଅଧିକାର ଆଇନ୍ କୁ ଦୁର୍ବଳ କରାଯିବା, ୟୁଏପିଏ ଆଇନ୍ ନାମରେ ସରକାରଙ୍କ ଜନବିରୋଧୀ ନୀତିକୁ ବିରୋଧ କଲେ ସରକାର ବିରୋଧୀମାନଙ୍କୁ ଉଗ୍ରପନ୍ଥୀ ଆଖ୍ୟା ଦେଇ ଜେଲ୍ ପଠାଇବାର କଳା ଆଇନ୍ ପ୍ରଣୟନ, ବିଜେପିକୁ ର୍ନିବାଚନୀ ଚାନ୍ଦା ଦେଇଥିବା ଅସାଧୁ ପୁଞ୍ଜିପତିଙ୍କ ମୁନାଫା ପାଇଁ ଆକାଶଛୁଆଁ ଦରବୃଦ୍ଧି, ସଂଖ୍ୟାଲଘୁ, ଦଳିତ ଓ ଆଦିବାସୀଙ୍କୁ ଭୀଡ ହତ୍ୟା ଚଳାଇ ଶେଷରେ ସମ୍ବିଧାନକୁ କୁଠାରଘାତ କରି ସମ୍ବିଧାନର ୩୭୦ ଧାରା ଓ ୩୫ (କ) ଧାରା ଆକାମୀ କରି ଜମ୍ମୁ-କାଶ୍ମୀର ରାଜ୍ୟରୁ ରାଜ୍ୟ ପାହା୍ୟ ଉଚ୍ଛେଦ କରି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା ସହ ସେଠାରେ ଜମ୍ମୁ-ାଶ୍ମୀର ବାସୀଙ୍କ ଉପରେ ଅଘୋଷିତ ଯୁଦ୍ଧ ଘୋଷଣାକୁ ଦୃଢ ନିନ୍ଧା କରାଯାଇଛି। ଦରଦାମ୍ ବୃଦ୍ଧି ବିରୁଦ୍ଧରେ ଓ ଜୀବନ ଜୀବିକାର ଅଧିକାର ଦାବି ନେଇ ସେପ୍ଟେମ୍ବର ୧୮ ରୁ ୨୭ ପର୍ଯ୍ୟନ୍ତ ରାଜ୍ୟ ବ୍ୟାପୀ ଖେତ ମଜଦୂର ଆନ୍ଦୋଳନ ଆହ୍ୱାନ ଦିଆଯାଇଛି। ବିକେଏମ୍ ୟୁ ରାଜ୍ୟ ସମ୍ପାଦକ ସୁର ଜେନା ବିବରଣୀ ଉପସ୍ଥାପନ କରିଥିଲେ। ଏଆଇଟିୟୁସି ସାଧାରଣ ପରିଷଦ ସଦସ୍ୟ ଜୟନ୍ତ ଦାସ ଦେଶର ସାମ୍ପ୍ରତିକ ଉଦ୍ ବେଗଜନକ ଅର୍ଥନୈତିକ ରାଜନୈତିକ ଓ ସାମାଜିକ ଅବସ୍ଥାର ଚିତ୍ର ଉପସ୍ଥାପନ କରିଥିଲେ। ରାଜ୍ୟ ସରକାର ଯାହା ବିରୁଦ୍ଧରେ ଜନମତ ପାଇ କ୍ଷମତାରେ ବସିଲେ, ସିବିଆଇ ଭୟରେ ସେହି ବିଜେପିର ଶରଣାପନ୍ନ ହୋଇ, କରିଥିବା କାଳିଆ ଯୋଜନାର ବିଭ୍ରାଟ ଉପରେ ଉଦ୍ ବେଗ ପ୍ରକାଶ କରିଥିଲା। ବିଭିନ୍ନ ଜିଲ୍ଲାର ସର୍ବସାଥୀ ବିଦ୍ୟାଧର ବେହେରା, ତପନ କୁମାର ସିଟ୍ ରବୀ ରଥ, ଜମ୍ବେଶ୍ୱର ଭୋଇ, ଶରତ ସ୍ୱାଇଁ, ରବୀନ୍ଦ୍ର ସାମଲ୍, ଇସ୍ ମାଇଲ୍ ଶବର, କୁଳମଣି ବେହେରା, ପ୍ରତାପ ଚନ୍ଦ୍ର ମହାପାତ୍ର, ଲିଙ୍ଗରାଜ ଦଳେଇ ଓ ନବଘନ ମଲ୍ଲ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ନେଇ ଆଲୋଚନା କରିଥିଲେ। ବୈଠକ ଆରମ୍ଭରେ ପୂର୍ବତନ ସିପିଆଇ ସାଂସଦ ଦୂତୀକୃଷ୍ଣ ପଣ୍ଡା, ନୂଆଦୁନିଆ ପୂର୍ବତନ ସମ୍ପାଦକ ଲକ୍ଷ୍ମୀନାରାୟଣ ରାୟ ସିଂ, ନିଉ ଏଜ୍ ର ସମ୍ପାଦକ ସମିମ୍ ଫୈଜୀଙ୍କ ବିୟୋଗରେ ନିରବ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।