ଭଦ୍ରକ, ୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)) – ଡିଜେଲ୍, ପେଟ୍ରୋଲ, ରନ୍ଧନ ଗ୍ୟାସ୍ ଠାରୁ ଆରମ୍ଭ କରି ଖାଇବା ତେଲ, ଡାଲି, ପନିପରିବା ଭଳି ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ରର ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଆଜି ସିପିଆଇଏମ୍ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ହୋଇଥିବାବେଳେ ଭଦ୍ରକରେ ତାହାର ଝଡ ଦେଖିବାକୁ ମିଳିଛି । ଆଜି ସିପିଆଇଏମ୍ ଭଦ୍ରକ ଜିଲା ଶାଖା ପକ୍ଷରୁ ଏକ ଶୋଭାଯାତ୍ରା ବନ୍ତଛକ ନିକଟରୁ ବାହାରି ଦିବ୍ୟସିଂହ ନାୟକ, ଚନ୍ଦ୍ରଶେଖର ନାୟକ, ପ୍ରଭାସ ମହାପାତ୍ର, ବିଷ୍ଣୁ ଦାଶ, ମଳୟ ଭୋଇ, ରମେଶ ସାହୁ, ରାଧା ଦାସ ଓ ବିକାଶ ନାଥ ପ୍ରମୁଖଙ୍କ ନେତୃତ୍ୱରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ôଚଥିଲା । ସେଠାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଉପରୋକ୍ତ ନେତାଙ୍କ ସମେତ ଗୟାଧର ସାହୁ, ଜଇନୁଲ ଆବେଦିନ, ରବି ନାୟକ, ପ୍ରତାପ ସେଠୀ, ମହେଶ୍ୱର ନାୟକ, ବିନୋଦ ସାହୁ, ସେକ୍ ସିକ୍ରୁ, ସେକ୍ କମର, କାଳନ୍ଦୀ ପାତ୍ର, ନିରଂଜନ ପାଣି, ମତୋ ବିବି, ଗୋଲାମ ମୁସ୍ତାଫା ପ୍ରମୁଖ ବିକ୍ଷୋଭ ପ୍ରଦର୍ଶନ ସହ ନିଜ ନିଜର ବକ୍ତବ୍ୟ ରଖିଥିଲେ । ବକ୍ତାମାନେ ନିଜ ବକ୍ତବ୍ୟରେ କେନ୍ଦ୍ର ନେତୃତ୍ୱାଧୀନ ମୋଦି ସରକାରଙ୍କ ୭ ବର୍ଷର ଶାସନ ମଧ୍ୟରେ ତୈଳଦର ଉପରେ ଶତକଡା ୩ ଶହ ଭାଗ ଟିକସ ବୃଦ୍ଧି କରିଥିବାବେଳେ କେବଳ ୨୦୨୦ ଗୋଟିଏ ବର୍ଷରେ ପେଟ୍ରୋଲିୟମ୍ ଜାତ ସାମଗ୍ରୀରୁ ୩ ଲକ୍ଷ ୬୧ ହଜାର କୋଟି ଟଙ୍କାରୁ ଅଧିକ ଟିକସ ଆଦାୟ କରିଛନ୍ତି । ଏଣେ ଉଚ୍ଚ ଧନୀକ ବର୍ଗ ଓ କର୍ପୋରେଟ୍ ମାନଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଟିକସ ରିହାତି ଦିଆଯାଇଛି । ଦରଦାମ ବୃଦ୍ଧି ଯୋଗୁଁ ଲୋକେ ଛଟପଟ ହେଉଥିବାବେଳେ ବିଜେପି ମନ୍ତ୍ରୀମାନେ ପେଟ୍ରୋଲ ଓ ଡିଜେଲ ଉପରେ ଅବକାରୀ ଶୁଳ୍କ ବୃଦ୍ଧି ଯଥାର୍ଥ ବୋଲି କହିବା ନିନ୍ଦନୀୟ । ବିଜେପି ସରକାରଙ୍କ ଧନୀକ ସପକ୍ଷବାଦୀ ଆର୍ଥିକ ନୀତି ଯୋଗୁଁ ଦେଶର ଅର୍ଥନୀତି ଦେବାଳିଆ ହୋଇଥିବାବେଳେ ଘରୋଇ କରଣ କରି ସରକାରୀ ସଂସ୍ଥାକୁ ଘରୋଇ କଂପାନୀ ହାତରେ ଟେକିଦେବା ଫଳରେ ଦେଶର ସ୍ଥାବର ଅସ୍ଥାବର ସଂପଦକୁ ତାଙ୍କୁ ଦାନ ଦେବା ଲାଗି ନୂତନ ନୀତି ଆପଣାଇବା ଘୋର ପରିତାପର ବିଷୟ ବୋଲି ବକ୍ତାମାନେ କହିଥିଲେ ।